ବନୀକରଣ ଦୁର୍ନୀତି: ଗଛ ନଥାଇ ରକ୍ଷଣାବେକ୍ଷଣ ଖର୍ଚ୍ଚ, ଜଙ୍ଗଲ ମନ୍ତ୍ରୀଙ୍କୁ ଫେରାଦ ହେଲେ ଅଞ୍ଚଳବାସୀ

Advertisment

କଳାହାଣ୍ଡି ଜିଲ୍ଲା ବନ ବିଭାଗରେ ବନୀକରଣ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। କଳାହାଣ୍ଡି ବନ ବିଭାଗର ଜୟପାଟଣା ରେଞ୍ଜରେ ଇଡିର ଚଢ଼ଉ ପରେ ଅସଲ ଗୁମର ଲୋକଲୋଚନକୁ ଆସିବାରେ ଲାଗିଛି।

କଳାହାଣ୍ଡି ଜିଲ୍ଲା ବନ ବିଭାଗରେ ବନୀକରଣ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। କଳାହାଣ୍ଡି ବନ ବିଭାଗର ଜୟପାଟଣା ରେଞ୍ଜରେ ଇଡିର ଚଢ଼ଉ ପରେ ଅସଲ ଗୁମର ଲୋକଲୋଚନକୁ ଆସିବାରେ ଲାଗିଛି।

hhfvb

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବନ ବିଭାଗରେ ବନୀକରଣ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। କଳାହାଣ୍ଡି ବନ ବିଭାଗର ଜୟପାଟଣା ରେଞ୍ଜରେ ଇଡିର ଚଢ଼ଉ ପରେ ଅସଲ ଗୁମର ଲୋକଲୋଚନକୁ ଆସିବାରେ ଲାଗିଛି। ପ୍ରକାଶ ଯେ, ଜୟପାଟଣା ରେଞ୍ଜରେ ପ୍ରାୟ ଅଢ଼େଇ କୋଟିରୁ ଅଧିକ ଟଙ୍କା ହଡ଼ପ ନେଇ ଅଭିଯୋଗ ପରେ ଇଡି ‌ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଜୟପାଟଣା ରେଞ୍ଜ ବେଣାଖମାର ବିଟ୍‌ରେ ପ୍ରାୟ ୧୨୧ଟି ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଶ୍ରମିକଙ୍କ ଟଙ୍କା ପୈଠ ହୋଇଥିବା ଜଣାପଡ଼ିଛି। ଏନେଇ ଫରେଷ୍ଟଗାର୍ଡ ଅଶୋକ ସାହୁଙ୍କ କୋକସରା ବ୍ଲକ୍‌ ଲଡୁଗାଁ ବନ୍ଦପଡ଼ାରେ ଥିବା ବାସଭବନରେ ଇଡି ଚଢ଼ଉ କରିଥିଲା। ୨୦୨୩–୨୪ ମସିହାରେ ଜୟପାଟଣା ରେଞ୍ଜ ଅର୍ନ୍ତଗତ ବେଣାଖମାର ସେକ୍‌ସନର ଚମ୍ପାଚୁଆ ଗାଁରେ ସିଏଲ୍‌ଏଣ୍ଡ ଯୋଜନାରେ ଗୋଟିଏ ସ୍ଥାନରେ ୧୬ ହେକ୍ଟର ଓ ଅନ୍ୟ ଏକ ସ୍ଥାନରେ ୭୨ ହେକ୍ଟର ଜମିରେ ଚାରା ରୋପଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା।

ଏହି ଘଟଣା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନୀକରଣ ନାଁରେ ହରିଲୁଟ୍‌ ହୋଇଥିବା ସାମ୍ନାକୁ ଆସିବାରେ ଲାଗିଛି। ଲାଞ୍ଜିଗଡ଼ ବ୍ଲକର ବିଶ୍ବନାଥପୁର ରେଞ୍ଜ ଅର୍ନ୍ତଗତ ସିକେରକୁପା ସେକ୍‌ସନ ତଥା ପାଣିମୁଣ୍ଡା ବିଟ୍‌ ସର୍ଗିଗୁଡା ସଂରକ୍ଷିତ ଜଙ୍ଗଲରେ ଚାରା ରୋପଣ ପାଇଁ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଛି। ଏଥିରେ ନିୟୋଜିତ ଶ୍ରମିକମାନଙ୍କ ପ୍ରାପ୍ୟ ମଧ୍ୟ ପ୍ରଦାନ କରାଯାଇ ନାହିଁ। ଗୋପାଲପୁର, ଟେକରତୋଲା ଓ ମଧୁପୁର ଲକଟାଖମନ ରାସ୍ତାରେ ୧୦ ହଜାର ମୂଲ୍ୟବାନ ଚାରା ଫିଙ୍ଗି ଦିଆଯାଇଥିଲା। ସେହିଭଳି ମନରେଗା ଯୋଜନାରେ ଗାଁ ସାଥୀଙ୍କ ଅଜଣାତରେ କେବଳ କାଗଜପତ୍ରରେ ବିଲ୍‌ ପୈଠ ହୋଇଛି। 
୨୦୨୨–୨୩ ମସିହାରେ ଭାଲୁ ଚଞ୍ଚରାଠାରୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ମରୁଡ଼ି ରୋକିବା ପାଇଁ ୧୦ କିମି ରାସ୍ତାରେ ବୃକ୍ଷରୋପଣ ନିମନ୍ତେ ୧୩ ଲକ୍ଷ ୬୧ ହଜାର ୮୪୮ ଟଙ୍କା ମଞ୍ଜୁର ହୋଇଥିଲା।

ସେଥିରେ ୨ଲକ୍ଷ ୭୨ ହଜାର ୫୧୮ ଟଙ୍କା ଖର୍ଚ୍ଚ କରାଯାଇ ୮୩୦ଟି କାର୍ଯ୍ୟଦିବସ ସୃ‌ଷ୍ଟି ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ରାସ୍ତାରେ ଗୋଟିଏ ବି ଗଛ ନଥିବା ଦେଖିବାକୁ ମିଳିଛି। ୨୦୨୩–୨୪ ଆର୍ଥିକ ବର୍ଷରେ ଗଛଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୬ଲକ୍ଷ ୪୧ ହଜାର ୫୭ ଟଙ୍କା ବ୍ୟୟ କରାଯାଇ ମଜୁରି ବାବଦକୁ ୩ ଲକ୍ଷ ୨୪ ହଜାର ୪୯୮ ଟଙ୍କା ଖର୍ଚ୍ଚ କରାଯାଇ ୯୮୮ଟି ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ଗଛଗୁଡ଼ିକ ନଥିବାବେଳେ ରକ୍ଷଣା ବେକ୍ଷଣ ନିମନ୍ତେ କିଭଳି ୬ଲକ୍ଷ ୪୧ ହଜାର ୫୭ ଟଙ୍କା ଖର୍ଚ୍ଚ ହେଲା ତଦନ୍ତ ସାପେକ୍ଷ। ଏପରିକି ଦାଦନ ଖଟି ଯାଇଥିବା, ସ୍କୁଲ ଓ କଲେଜ ଛାତ୍ର ତଥା ବୃଦ୍ଧବୃଦ୍ଧାଙ୍କ ନାଁରେ ଶତାଧିକ ଜାଲ୍‌ ଆକାଉଣ୍ଟ ଖୋଲି ହରିଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଞ୍ଚଳବାସୀ ମଙ୍ଗଳବାର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବିଶ୍ବନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ପଚାରିବାରୁ ଏନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ନାହିଁ ଏବଂ ବନୀକରଣରେ କୌଣସି ଦୁର୍ନୀତି ହୋଇ ନଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe