୧୫ ପରେ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

Advertisment
୧୫ ପରେ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

Pinterest

ପଦ୍ମପୁର/ପାଇକମାଳ: ସ୍ଥାନୀୟ ବାଳିକା ବିଦ୍ୟାଳୟରେ ରାଜବୋଡାସମ୍ବର ବ୍ଲକ୍‌ ଶିକ୍ଷକ ସଂଘର ଏକ ବୈଠକ ଓଡିଶା ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସାଙ୍ଗଠିକ ସମ୍ପାଦକ ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ୬ ତାରିଖରୁ ରାଜ୍ୟ ବ୍ୟାପୀ ପର୍ଯ୍ୟାୟକ୍ରମେ ହେବାକୁ ଥିବା ଆନ୍ଦୋଳନକୁ ସମର୍ଥନ କରିବାକୁ ମତ ପ୍ରକାଶ ପାଇଥିଲା। ପ୍ରାଥମିକ ସ୍କୁଲ୍‌ର ଭିତ୍ତିଭୂମି, ଶିକ୍ଷକ ସମସ୍ୟା, ବିଜ୍ଞାନଗାର, ପାଠାଗାର, ଶୌଚାଳୟ, ସୁଇପର ନଥିବା ଆଦି ଅନେକ ସମସ୍ୟା ରହିଛି।

ତେଣୁ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ସ୍ବରୂପ କଳାବ୍ୟାଜ୍‌ ପରିଧାନ କରିବା ସହ ୧୫ରୁ ସମୂହ ଛୁଟି ନେବେ। ଏହା ସହ ଦଶମ ଶ୍ରେଣୀ ପରୀକ୍ଷା ବର୍ଜ୍ଜନ, ସିଆର୍‌ସିସି, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବରୁ ଅବ୍ୟାହତି ନେବାକୁ ଆଲୋଚନା ହୋଇଥିଲା। ବୈଠକରେ ତପନ ରଣା, ସୁବଳ ସାହୁ, ପ୍ରଦୀପ ସାହୁ, ସୁଦାମ ବିଶି, ହେମନ୍ତ ଛୁରା, ବୀରକିଶୋର ସାହୁ, ଚିତ୍ତରଞ୍ଜନ ବିଶି, ଅମୃତଲାଲ ସାହୁ, ମହେଶ୍ବର ସାହୁ, ବୈଷ୍ଣବ କୁଦେଇ, ପ୍ରମୋଦ ପ୍ରଧାନଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe