Advertisment

୩୬ ବର୍ଷ ପରେ... ଏମ୍‌କେସିଜିରେ ଓପନ୍ ହାର୍ଟ ସର୍ଜରି

Advertisment

ଦୀର୍ଘ ୩୬ ବର୍ଷ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଜଣେ ରୋଗୀଙ୍କ ଓପନ୍ ହାର୍ଟ ସର୍ଜରି ହୋଇଛି। ରୋଗୀଜଣକ ଜଣେ ୨୬ ବର୍ଷୀୟ ମହିଳା ଓ ଗଞ୍ଜାମ ଜିଲ୍ଲାରେ ତାଙ୍କ ଘର। କାର୍ଡିଓ ଥେରାସିସ୍ ଓ ଭାସକୁଲାର୍ ସର୍ଜରି (ସିଟିଭିଏସ୍) ବିଭାଗ ପକ୍ଷରୁ ସଫଳତାର ସହ....

ଦୀର୍ଘ ୩୬ ବର୍ଷ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଜଣେ ରୋଗୀଙ୍କ ଓପନ୍ ହାର୍ଟ ସର୍ଜରି ହୋଇଛି। ରୋଗୀଜଣକ ଜଣେ ୨୬ ବର୍ଷୀୟ ମହିଳା ଓ ଗଞ୍ଜାମ ଜିଲ୍ଲାରେ ତାଙ୍କ ଘର। କାର୍ଡିଓ ଥେରାସିସ୍ ଓ ଭାସକୁଲାର୍ ସର୍ଜରି (ସିଟିଭିଏସ୍) ବିଭାଗ ପକ୍ଷରୁ ସଫଳତାର ସହ....

dagadgda

ବ୍ରହ୍ମପୁର: ଦୀର୍ଘ ୩୬ ବର୍ଷ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଜଣେ ରୋଗୀଙ୍କ ଓପନ୍ ହାର୍ଟ ସର୍ଜରି ହୋଇଛି। ରୋଗୀଜଣକ ଜଣେ ୨୬ ବର୍ଷୀୟ ମହିଳା ଓ ଗଞ୍ଜାମ ଜିଲ୍ଲାରେ ତାଙ୍କ ଘର। କାର୍ଡିଓ ଥେରାସିସ୍ ଓ ଭାସକୁଲାର୍ ସର୍ଜରି (ସିଟିଭିଏସ୍) ବିଭାଗ ପକ୍ଷରୁ ସଫଳତାର ସହ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି। ଏମ୍‌କେସିଜିର ସିଟିଭିଏସ୍ ବିଭାଗର ଡାକ୍ତର, ନିଶ୍ଚେତକ ବିଭାଗ ଡାକ୍ତର ଓ କଟକ ଏସ୍‌ସିବି ମେଡିକାଲର ଡାକ୍ତରୀ ଦଳ ମିଳିତ ଭାବେ ସର୍ଜରି କରିଥିଲେ। ଉକ୍ତ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି। ବରିଷ୍ଠ ଡାକ୍ତରଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଦଳ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଉକ୍ତ ମହିଳାଙ୍କ ହୃତ୍‌ପିଣ୍ଡରେ ଏକ ଛିଦ୍ର ରହିଥିବାରୁ ସେ କିଛି ଦିନ ତଳେ ଏମ୍‌କେସିଜି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ବିଭାଗୀୟ ଡାକ୍ତରମାନେ ପରୀକ୍ଷାନିରୀକ୍ଷା କରିବା ପରେ ଓପନ୍ ହାର୍ଟ ସର୍ଜରି ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଏମ୍‌କେସିଜିର ସିଟିଭିଏସ୍ ବିଭାଗର ଡାକ୍ତରମାନେ ଅସ୍ତ୍ରୋପଚାର ପାଇଁ ଯୋଜନା କରିଥିଲେ। ଆଜି ମଧ୍ୟାହ୍ନ ୧୨ରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ସ୍ବତନ୍ତ୍ର ଟିମ୍ ଅସ୍ତ୍ରୋପଚାରରେ ନିୟୋଜିତ ହୋଇଥିଲେ।

ସୂଚନାଥାଉକି, ୧୯୯୦ ରେ ଶେଷଥର ପାଇଁ ଏମକେସିଜିରେ ଓପନ୍ ହାର୍ଟ ସର୍ଜରି ହୋଇଥିଲା। ଏହାପରେ ବିଭିନ୍ନ କାରଣରୁ ସର୍ଜରି ବନ୍ଦ ହୋଇଯାଇଥିଲା। କିଛି ଦିନ ତଳେ ‘ଆଇଆରଇଏଲ୍’ ପକ୍ଷରୁ ଏହି ବିଭାଗକୁ ଯନ୍ତ୍ରପାତି ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯାଇଥିଲା। ଓପନ ହାର୍ଟ ସର୍ଜରି ପାଇଁ ଜରୁରୀ ଥିବା ପରଫ୍ୟୁଜ୍‌ନିଷ୍ଟଙ୍କୁ ଏଠାରେ ନିଯୁକ୍ତ କରାଯାଇଥିଲା। ସିଟିଭିଏସ୍ ବିଭାଗରେ ସମସ୍ତ ପ୍ରକାର ଭିତ୍ତିଭୂମି ଓ ମାନବସମ୍ବଳ ଉପଲବ୍ଧ ହେବା ପରେ ଆଜି ଏହି ସର୍ଜରି କରାଯାଇଛି। ଯାହାଫଳରେ ରୋଗୀଙ୍କୁ ଖର୍ଚ୍ଚାନ୍ତ ‌ହୋଇ ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe