୪ଘଣ୍ଟାରେ ଡକାଡକି ହୋଇ ଚାଲିଗଲେ ଦମ୍ପତି: ଏକାଠି ଜଳିଲା ୨ ଜୁଇ

Advertisment
ନାଳରେ ଭସାଇ ମାସକର ପୁଅକୁ ହତ୍ୟା କଲା ମା’

-sisat

ବେଲଗୁଣ୍ଠା: ସ୍ବାମୀଙ୍କ ଶବାଧାର ପଛରେ ପରମ୍ପରା ଅନୁସାରେ ହାଣ୍ଡିଚଟୁ ନେଇ ବାହାରିଥିବା ପତ୍ନୀ ବି ଶବ ପାଲଟିଗଲେ। ଆଉ ୪ ଘଣ୍ଟା ବ୍ୟବଧାନରେ ଦମ୍ପତି ଡକାଡକି ହୋଇ ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ପାଖରେ ଜଳିଲା ପତ୍ନୀଙ୍କ ଜୁଇ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବରପଲ୍ଲୀ ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ବରପଲ୍ଲୀ ଗ୍ରାମର ଦେବରାଜ ମହାପାତ୍ର (୬୨) ଦରଜୀ ଭାବେ କାମ କରୁଥିବା ବେଳେ କିଛିଦିନ ହେବ ଗ୍ୟାସ୍‌ଜନିତ ରୋଗରେ ପୀଡ଼ିତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ଭୋର୍ ସାଢ଼େ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଶବ ଘରକୁ ଅଣାଯାଇିଲା।

ତେବେ ଦେବରାଜଙ୍କ ଦୁଇପୁଅ ସୁରତରେ କାମ କରୁଥିବାରୁ ତାଙ୍କ ସାନଭାଇ ସୁନୀଲ ଓ ଦୁଇ ପୁତୁରା କାଳିଆ ଏବଂ ଅରୁଣ ଅନ୍ତିମ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ସକାଳ ୧୦ଟା ବେଳେ ଘର ଆଗରୁ ଦେବରାଜଙ୍କ କୋକେଇ ଉଠି ଶ୍ମଶାନ ଅଭିମୁଖେ ବାହାରିଥିଲା। ପଛରେ ପତ୍ନୀ ସଞ୍ଜୁଲତା ମହାପାତ୍ର (୫୭) ହାଣ୍ଡିଚଟୁ ନେଇ ବାହାରି ପଡ଼ିଥିଲେ। କିନ୍ତୁ ହଠାତ୍ ସଞ୍ଜୁଲତା ଚାଲି ନପାରି ବସିପଡ଼ିଥିଲେ। ଦେବରାଜଙ୍କ ଶବକୁ ଶ୍ମଶାନ ଅଭିମୁଖେ ନିଆଯାଇଥିବା ବେଳେ ସଞ୍ଜୁଲତାଙ୍କୁ ଅନ୍ୟମାନେ ଘରକୁ ନେଇଥିଲେ। ସେପଟେ ଶ୍ମଶାନରେ ଦେବରାଜଙ୍କୁ ତାଙ୍କ ପୁତୁରା ମୁଖାଗ୍ନି ଦେବା ପରେ ଅନ୍ତିମ ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ସମୟରେ ସଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିଲା। ସଂଗେ ସଂଗେ ଦେବରାଜଙ୍କ ଜୁଇ ପାର୍ଶ୍ବରେ ହିଁ ସଞ୍ଜୁଲତାଙ୍କ ପାଇଁ ଜୁଇ ଯୋଗାଡ଼ ହୋଇଥିଲା। ଦେବରାଜଙ୍କ ଜୁଇ ସହ ସଞ୍ଜୁଙ୍କ ଜୁଇ ମଧ୍ୟ ଜଳିଥିବା ବେ‌ଳେ ତାଙ୍କ ଦିଅର ସୁନୀଲ ମୁଖାଗ୍ନି ଦେଇଥିଲେ। ଦେବରାଜ ଓ ସଞ୍ଜୁଲତାଙ୍କ ଭିତରେ କେବେ ମଧ୍ୟ ମନୋମାଳିନ୍ୟ ହେଉ ନଥିଲା। ଉଭୟ ବେଶ୍ ଖୁସି ଥିଲେ। ସାତଜନ୍ମର ଜୀବନସାଥୀ ହେବାକୁ ପଣ କରି ଉଭୟ ଏକାଠି ଚାଲିଗଲେ ବୋଲି ଗ୍ରାମବାସୀ କହିଛନ୍ତି। ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ସ୍ବେଚ୍ଛାସେବୀ ଶରତ ସ୍ୱାଇଁ ଓ ଅରୁଣ ମହାପାତ୍ର ପ୍ରମୁଖ ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe