୪ ଘଣ୍ଟା ପରେ ବନ୍ଦ ବାକ୍ସରୁ ଉଦ୍ଧାର ହେଲେ ନାବାଳକ

Advertisment

ନାବାଳକଙ୍କୁ ବାକ୍ସରେ ପୂରାଇ ତାଲା ପକାଇ ଦେଇଥିଲା ଜଣେ ଯୁବକ। ପ୍ରାୟ ୪ଘଣ୍ଟା ପରେ ବନ୍ଦ ବାକ୍ସରୁ ଉଦ୍ଧାର କରାଯାଇ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ନାବାଳକଙ୍କୁ ବାକ୍ସରେ ପୂରାଇ ତାଲା ପକାଇ ଦେଇଥିଲା ଜଣେ ଯୁବକ। ପ୍ରାୟ ୪ଘଣ୍ଟା ପରେ ବନ୍ଦ ବାକ୍ସରୁ ଉଦ୍ଧାର କରାଯାଇ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ପୁସ୍ତକ ନେଇ ନ ଆସିବାରୁ ସ୍କୁଲ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ, ପ୍ରାଇଭେଟ ପାର୍ଟରେ ଆକ୍ରମଣ

ନୀଳଗିରି: ନାବାଳକଙ୍କୁ ବାକ୍ସରେ ପୂରାଇ ତାଲା ପକାଇ ଦେଇଥିଲା ଜଣେ ଯୁବକ। ପ୍ରାୟ ୪ଘଣ୍ଟା ପରେ ବନ୍ଦ ବାକ୍ସରୁ ଉଦ୍ଧାର କରାଯାଇ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ସୂଚନା ଅନୁସାରେ; ନୀଳଗିରି ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏନ୍‍ଏସି ଅଧୀନ ୬ ନମ୍ବର ୱାର୍ଡ ମଙ୍ଗଳାସାହି ଅଞ୍ଚଳରେ ରହନ୍ତି। ଆଜି ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍‌ ବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ୧୪ ବର୍ଷର ପୁଅ ପଡ଼ୋଶୀଙ୍କ ଘରକୁ ବୁଲି ଯାଇଥିଲେ। କୌଣସି କଥାକୁ ନେଇ ପଡ଼ୋଶୀ ଘରର ଜଣେ ଯୁବକ ତାଙ୍କୁ ମାଡ଼ ମାରିବା ସହ ଏକ ବାକ୍ସ ଭିତରେ ପୂରାଇ ତାଲା ପକାଇ ଦେଇଥିଲେ। ପୁଅ ଘରକୁ ନ ଆସିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ସନ୍ଦେହ ହେବାରୁ ରାତି ପ୍ରାୟ ୮ଟା ବେଳେ ସେମାନେ ସଂପୃକ୍ତ ପଡ଼ୋଶୀଙ୍କ ଘରେ ଖୋଜାଖୋଲି କରିଥିଲେ।

ଏକ ଅନ୍ଧାରୁଆ କୋଠରିରେ ଥିବା ବାକ୍ସର ତାଲା ଭାଙ୍ଗି ପୁଅକୁ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ଉଦ୍ଧାର କରି ସଂଗେ ସଂଗେ ନୀଳଗିରି ଡାକ୍ତରଖାନା ନିଆଯାଇଥିଲା। ନାବାଳକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଅନ୍ୟପଟେ ପରିବାରର ଏତଲାକ୍ରମେ ନୀଳଗିରି ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ନୀଳଗିରି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ କହିଛନ୍ତି, କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe