୪ ବର୍ଷପରେ ପୁଣି ସମାନ ଘଟଣା: ୬୦ କିଲୋମିଟର ମହାନଦୀରେ ଭାସି ଆସିଥିବା ମହିଳା ଉଦ୍ଧାର

Advertisment
୪ ବର୍ଷପରେ ପୁଣି ସମାନ ଘଟଣା: ୬୦ କିଲୋମିଟର ମହାନଦୀରେ ଭାସି ଆସିଥିବା ମହିଳା ଉଦ୍ଧାର

ଝାରସୁଗୁଡ଼ା: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଗୁରୁବାର ସକାଳୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ମହାନଦୀରେ ୪ ବର୍ଷପରେ ପୁଣି ସମାନ ଘଟଣା ଘଟିଛି। ୬୦ କିଲୋମିଟର ଭାସିବା ପରେ ଛତିଶଗଡ଼ର ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଛତିଶଗଡ଼ର ପୁରଥଠାରୁ ସରୋଜିନୀ ରଣବୀର ନାମକ ଜଣେ ମହିଳା ମହାନଦୀରେ ପ୍ରାୟ ୬୦ କିଲୋମିଟର ଭାସି ଆସିଥିଲେ। ଗୁରୁବାର ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁରବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ସେ ଲାଗିଥିଲେ। ମହାନଦୀକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି ବନ୍ଧାଥିବା ଦେଖିବାକୁ ମିଳିଛି। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ଜଣାପଡ଼ି ନାହିଁ। ତାଙ୍କର ମାନସିକ ଅବସ୍ଥା ଠିକ୍ ନ ଥିବା  ଅନୁମାନ କରାଯାଉଛି।

୪ ବର୍ଷ ତଳେ ୨୦୨୦ ମସିହାରେ ଏଭଳି ଏକ ଘଟଣା ଘଟିଥିଲା। ସୋନି ଯାଦବ ନାମକ ଜଣେ ଯୁବତୀ ଛତିଶଗତିରୁ ମହାନଦୀରେ ଭାସି ଆସି ପ୍ରାୟ ୬୦ କିଲୋମିଟର ଭାସି ଆସିବା ପରେ ସୀମାବର୍ତ୍ତୀ କୁସୁମେଲଠାରୁ ଉଦ୍ଧାର ହୋଇଥିଲେ। ସୋନିକୁ ଝିଅ ଭାବେ ତତ୍କାଳୀନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଗ୍ରହଣ କରିଥିଲେ। ପରେ ସେ ତାଙ୍କର ବିବାହ କରାଇ କନ୍ୟାଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe