୫ବର୍ଷ ପରେ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘ ନିର୍ବାଚନ

Advertisment

ରାଜ୍ୟ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ନିର୍ବାଚନ ପାଇଁ ଶେଷରେ ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଦୁଇଟି ପ୍ୟାନେଲ୍ ପକ୍ଷରୁ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ଆସନ୍ତା ୧୬ ତାରିଖରେ ଭୋଟ୍ ଗ୍ରହଣ ଓ ୧୯ ତାରିଖରେ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ରାଜ୍ୟ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ନିର୍ବାଚନ ପାଇଁ ଶେଷରେ ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଦୁଇଟି ପ୍ୟାନେଲ୍ ପକ୍ଷରୁ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ଆସନ୍ତା ୧୬ ତାରିଖରେ ଭୋଟ୍ ଗ୍ରହଣ ଓ ୧୯ ତାରିଖରେ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

୧୭,୪୭୧ ପଦବୀ ପାଇଁ ମହାରାଷ୍ଟ୍ର ପୁଲିସକୁ ମିଳିଲା ୧୭.୭୬ ଲକ୍ଷ ଆବେଦନ

କଟକ: ରାଜ୍ୟ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ନିର୍ବାଚନ ପାଇଁ ଶେଷରେ ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଦୁଇଟି ପ୍ୟାନେଲ୍ ପକ୍ଷରୁ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ଆସନ୍ତା ୧୬ ତାରିଖରେ ଭୋଟ୍ ଗ୍ରହଣ ଓ ୧୯ ତାରିଖରେ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ୨୦୧୯ ଏପ୍ରିଲରୁ ମହାସଂଘ କାର୍ଯ୍ୟକାଳ ଶେଷ ହୋଇଥିଲା। ହେଲେ ନିର୍ବାଚନ ନହେବାରୁ ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ବହୁବାର ଖବର ପ୍ରକାଶ ପାଇଥିଲା। ରାଜ୍ୟର ୫୦ଟି ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟରେ କାର୍ଯ୍ୟରତ ୫୦ ହଜାର ପୁଲିସ କର୍ମଚାରୀଙ୍କ ପ୍ରତିନିଧିତ୍ବ କରୁଥିବା ହାବିଲଦାର, କନେଷ୍ଟବଳ ଓ ସିପାହି ମହାସ˚ଘର ପରୋକ୍ଷ ନିର୍ବାଚନ ପାଇଁ ମହାସଂଘ କାର୍ଯ୍ୟାଳୟ ବେଶ୍‌ ଚଳଚଞ୍ଚଳ ହୋଇଛି। ପ୍ରତି ଶାଖା ସଂଘର ୫ ଜଣ ସଦସ୍ୟ ମହାସଂଘର ଦୁଇଟି ପ୍ୟାନେଲ୍‌କୁ ଭୋଟ୍ ଦେବେ। ଅର୍ଥାତ ମହାସଂଘ ନିର୍ବାଚନରେ ପ୍ରତି ଶାଖା ସଂଘରୁ ୫ ଜଣ ଲେଖାଏ କରି ମୋଟ ୨୫୦ ଜଣ ସଦସ୍ୟ ଭୋଟ ଦେବେ। ଶାଖା ସଂଘର ସଭାପତି ଓ ସମ୍ପାଦକ ବାଦ୍ ଶାଖାର ନିର୍ବାହୀ ସଦସ୍ୟଙ୍କ ଦ୍ବାରା ଚୟନ ହୋଇଥିବା ଅନ୍ୟ ତିନି ଜଣ ଏହି ଭୋଟ୍ ଦେବେ। 

ଗୋଟିଏ ପ୍ୟାନେଲରେ ସଭାପତି ପ୍ରାର୍ଥୀ ବାଉରିବନ୍ଧୁ ମହାପାତ୍ର ଥିବା ବେଳେ ତାଙ୍କ ସହିତ ଉପସଭାପତି ପ୍ରାର୍ଥୀ ଗୋରାଚାନ୍ଦ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରାର୍ଥୀ ଦୁର୍ଗାପ୍ରସାଦ ଦାଶ, ସଂଗଠନ ସମ୍ପାଦକ ପ୍ରାର୍ଥୀ ବାବୁଲି ନାୟକ, ଯୁଗ୍ମ ସମ୍ପାଦକ-୧ ପ୍ରାର୍ଥୀ ସୁବାସ ମିଶ୍ର, ଯୁଗ୍ମ ସମ୍ପାଦକ-୨ ପ୍ରାର୍ଥୀ ଦୀପକ କୁମାର ପାତ୍ର, କୋଷାଧ୍ୟକ୍ଷ ପ୍ରାର୍ଥୀ ମାନସ କୁମାର ପାଣିଗ୍ରାହୀ ଛିଡ଼ା ହୋଇଛନ୍ତି। ସେହିଭଳି ବାଉରିବନ୍ଧୁ ମହାପାତ୍ରଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ପ୍ୟାନେଲ୍‌ରେ ସଭାପତି ପ୍ରାର୍ଥୀ ଅନିଲ କୁମାର ଷଣ୍ଢ, ଉପସଭାପତି ପ୍ରାର୍ଥୀ ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ପ୍ରାର୍ଥୀ କିଶୋର କୁମାର ମହାନ୍ତି(ବାବୁ), ସଂଗଠନ ସମ୍ପାଦକ ପ୍ରାର୍ଥୀ ସରୋଜ କୁମାର ମିଶ୍ର, ସହ ସମ୍ପାଦକ-୧ ପ୍ରାର୍ଥୀ ମାନସ କୁମାର ବାରିକ, ସହସମ୍ପାଦକ-୨ ପ୍ରାର୍ଥୀ ମହେନ୍ଦ୍ର କୁମାର ଗୌଡ଼, କୋଷାଧ୍ୟକ୍ଷ ପ୍ରାର୍ଥୀ ଗୌରୀଶଙ୍କର ମିଶ୍ର ଅଛନ୍ତି। 

୨୦୧୯ରୁ ଝୁଲିରହିଥିଲା, ପୁନଃନିର୍ବାଚନ ନିଷ୍ପତ୍ତି 
୧୬ରେ ନିର୍ବାଚନ, ଷଷ୍ଠ ବାଟାଲିୟନ୍‌ରେ ୧୯ରେ ଫଳାଫଳ
ମହାସଂଘ ଇତିହାସରେ ପ୍ରଥମ; ପୂର୍ବଥରର କେହି ଜଣେ ବି କର୍ମକର୍ତ୍ତା ମଇଦାନରେ ନାହାନ୍ତି

ଏହି ନିର୍ବାଚନ ପ୍ରକ୍ରିୟାରେ ଆଇଜି ପର୍ସୋନେଲ୍ ପ୍ରବୀଣ କୁମାର କେନ୍ଦ୍ରୀୟ ରିଟର୍ଣ୍ଣିଂ ଅଫିସର୍‌ ଭାବେ ନିୟୋଜିତ ହୋଇଛନ୍ତି। ତାଙ୍କୁ ଏଆଇଜି ପର୍ସୋନେଲ୍ ପ୍ରଦୀପ କୁମାର ଦଳେଇ, ଏଆଇଜି ପ୍ରୋଭିଜନିଂ ବାମଦେବ ସିଂହ ଏହି ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିବେ। ମଙ୍ଗଳବାର ଦିନ ୧୦ଟାରୁ ୪ ଟା ଯାଏ ଦୁଇଟି ପ୍ୟାନେଲ୍ ପକ୍ଷରୁ କେନ୍ଦ୍ରୀୟ ରିଟର୍ଣ୍ଣିଂ ଅଫିସରଙ୍କ ସାମନାରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ୭ ତାରିଖ ଦିନ ୨ଟା ଯାଏ ନାମାଙ୍କନପତ୍ର ପ୍ରତ୍ୟାହାର କାର୍ଯ୍ୟକ୍ରମ ରହିଛି। ସେଦିନ ଅପରାହ୍ନ ୫ଟାରେ ନାମାଙ୍କନର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୮ ତାରିଖରେ ଓଡ଼ିଶା ପୁଲିସ ପ୍ରେସ୍‌ରେ ବାଲଟ୍ ପେପର୍ ପ୍ରିଣ୍ଟ କରାଯିବ। ପ୍ରତି ଏଷ୍ଟାବ୍ଲିସମେଣ୍ଟକୁ ୬ଟି ସେଟ୍ ବାଲଟ୍ ପେପର ପଠାଯିବ। କୌଣସି ଜରୁରି ପରିସ୍ଥିତି ପାଇଁ ଅତିରିକ୍ତ ଭାବେ ଗୋଟିଏ ବାଲଟ୍ ପେପର୍‌ ଏଥିରେ ଯୋଡ଼ାଯିବ। ମୋଟ ୫୦ଟି ଏଷ୍ଟାବ୍ଲିସମେଣ୍ଟରେ ୧୬ ତାରିଖ ସକାଳ ୯ଟାରୁ ମଧ୍ୟାହ୍ନ ୧୨ ଯାଏ ଭୋଟ ଗ୍ରହଣ କରାଯିବ। ଏହି ଏଷ୍ଟାବ୍ଲିସମେଣ୍ଟର ଏସ୍‌ପି/ କମାଣ୍ଡାଣ୍ଟ/ଏଷ୍ଟାବ୍ଲିସମେଣ୍ଟ ମୁଖ୍ୟ ରିଟର୍ଣ୍ଣିଂ ଅଫିସର୍‌ ଭାବେ ନିୟୋଜିତ ହେବେ। ନିର୍ବାଚନ ପରେ ୧୭ ତାରିଖ ସୁଦ୍ଧା ସମସ୍ତ ବାଲଟ୍ ବକ୍ସଗୁଡ଼ିକ ସମ୍ପୃକ୍ତ ଏଷ୍ଟାବ୍ଲିସମେଣ୍ଟର ମୁଖ୍ୟମାନେ ଓଏମ୍‌ପି ଷଷ୍ଠ ବାଟାଲିୟନକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୯ ତାରିଖରେ କଟକ ଓଏମ୍‌ପି ଷଷ୍ଠ ବାଟାଲିୟନ୍‌ ପରିସରରେ ସକାଳ ୮ଟାରୁ ଭୋଟ୍ ଗ୍ରହଣ କରାଯିବ। 

ଏଠାରେ ସୂଚନାଯୋଗ୍ୟ ଯେ, ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ୧୯୮୦ରୁ ନିର୍ବାଚନ ହୋଇଆସୁଥିବା ବେଳେ ୨୦୧୭ ଏପ୍ରିଲ୍‌ରେ ଶେଷଥର ନିର୍ବାଚନ ହୋଇଥିଲା। କାର୍ଯ୍ୟକାଳ ୨୦୧୯ ଏପ୍ରିଲରେ ଶେଷ ହେବା ପରେ ତା’ ପର ଠାରୁ ସଂଘ ନିର୍ବାଚନ ଅଟକି ରହିଥିଲା। ତେବେ, ଚଳିତଥରର ନିର୍ବାଚନରେ ପ୍ରଥମଥର ପାଇଁ ଗତଥର ନିର୍ବାଚିତ ହୋଇଥିବା କୌଣସି ଜଣେ ବି ପ୍ରତିନିଧି ଭାଗ ନେଉ ନଥିବା ଜଣାପଡ଼ିଛି। ଏହା ମହାସଂଘ ଇତିହାସରେ ପ୍ରଥମ ଘଟଣା ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe