ସ୍ବାଧୀନତାର ୭୭ ବର୍ଷ ପରେ ନକ୍ସଲପ୍ରବଣ ୪ଟି ଗାଁରେ ମତଦାନ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଛି। ସବୁଠାରୁ ବଡ କଥା ହେଲା ସ୍ବାଧୀନତାର ୭୭ ବର୍ଷ ପରେ ସୁକମା ଜିଲ୍ଲାର ପଡିଆ ବ୍ଲକକୁ ଲାଗି ରହିଥିବା କୋଣ୍ଟା ଅଞ୍ଚଳରେ ଲୋକେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି...

ସ୍ବାଧୀନତାର ୭୭ ବର୍ଷ ପରେ ସୁକମା ଜିଲ୍ଲାର ପଡିଆ ବ୍ଲକକୁ ଲାଗି ରହିଥିବା କୋଣ୍ଟା ଅଞ୍ଚଳରେ ଲୋକେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି

ସ୍ବାଧୀନତାର ୭୭ ବର୍ଷ ପରେ ସୁକମା ଜିଲ୍ଲାର ପଡିଆ ବ୍ଲକକୁ ଲାଗି ରହିଥିବା କୋଣ୍ଟା ଅଞ୍ଚଳରେ ଲୋକେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଛି। ସବୁଠାରୁ ବଡ କଥା ହେଲା ସ୍ବାଧୀନତାର ୭୭ ବର୍ଷ ପରେ ସୁକମା ଜିଲ୍ଲାର ପଡିଆ ବ୍ଲକକୁ ଲାଗି ରହିଥିବା କୋଣ୍ଟା ଅଞ୍ଚଳରେ ଲୋକେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ନକ୍ସଲ ପ୍ରବଣ ପଣ୍ଟଚମେଲି, କେରଲାପେନ୍ଦା, ଦୁଲେଡ, ସୁନ୍ନମଗୁଡା ଏବଂ ହିଡମାର ଗ୍ରାମ ପୁବର୍ତ୍ତିରେ ସ୍ବାଧୀନତାର ୭୭ ବର୍ଷପରେ ଲୋକେ ମତଦାନ କରିଛନ୍ତି। ଏହି ଅଞ୍ଚଳଗୁଡିକ ନକ୍ସଲଙ୍କ ଗଡ଼ ଥିଲା। ଲୋକେ ନକ୍ସଲଙ୍କ ଭୟରେ କେବେ ମଧ୍ୟ ଭୋଟ ଦେଉ ନ ଥିଲେ କି ଏହି ଅଞ୍ଚଳରେ ଭୋଟଦାନ କେନ୍ଦ୍ର କରାଯାଉ ନଥିଲା। 

ଏବେ ନିଜ ଗାଁରେ ଭୋଟଦାନ କେନ୍ଦ୍ର ହେବା ଯୋଗୁ ଲୋକଙ୍କ ଭିଡ଼ ଜମିଛି। ସେହିପରି ଦୁର୍ଦ୍ଦାନ୍ତ ମାଓ ନେତା ହିଡମାର ଗାଁରେ ଲୋକେ ଭୋଟ ଦାନ କ’ଣ ସେହି ଦିନ ଘରୁ ପଦାକୁ ବାହାରୁ ନଥିଲେ। କିନ୍ତୁ ଏବେ ସେଠାରେ ସୁରକ୍ଷାକର୍ମୀମାନେ ଦିନରାତି ଏକ କରି ପହରା ଦେଉଥିବା ସହ ନୂତନ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

ଲୋକେ ହିଡମାର ଘର ପାଖରେ ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି। ୧୮ ବର୍ଷିଆ ଜଗା ମାଡକାମୀ ପ୍ରଥମ ଥର ନିଜର ଭୋଟ ସାବ୍ୟସ୍ତ କରିଛନ୍ତି। ଏଥିସହ ମହିଳା,ବୃଦ୍ଧ,ଯୁବକମାନେ ମଧ୍ୟ ଭୋଟ ଦେବା ପାଇଁ ଭିଡ ଲଗାଉଥିବା ଦେଖିବାକୁ ମିଳିଥିଲା। ଛୋଟ ଛୋଟ ଶିଶୁମାନଙ୍କୁ ନେଇ ମହିଳାମାନେ ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଅନଲାଇନରେ ମିଳୁଛି ସଙ୍ଗମର ଜଳ, ମୂଲ୍ୟ ଶୁଣି ବୁଲାଇବ ମୁଣ୍ଡ

ଛତିଶଗଡ ସରକାର ଲଗାତାର ମାଓ ଦମନ ନେଇ ପ୍ରୟାସ ଜାରି ରଖିଥିବା ଏବଂ ଲୋକଙ୍କୁ ସେମାନଙ୍କର ଅଧିକାର ଦେବାକୁ ନକ୍ସଲ ବିରୋଧରେ ଏକ ପ୍ରକାର ଯୁଦ୍ଧର ଡାକରା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡରେ ମାଓ ମୁକ୍ତ କରାଯିବ ବୋଲି ଘୋଷଣା କରିସାରିଛନ୍ତି। ମାଓବାଦୀ ମଧ୍ୟ ଏହି ପଞ୍ଚାୟତ ନିର୍ବାଚନରେ ସେଭଳି ହିଂସା ଘଟାଇବାରେ ସଫଳ ହୋଇନାହାନ୍ତି।

ନଚେତ ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀମାନଙ୍କୁ ହତ୍ୟା କରି ଅଂଚଳରେ ଭୟର ବାତାବରଣ ଖେଳାଇ ଦେଉଥିଲେ। ସୁକମା ଜିଲ୍ଲାରେ ଏବେ ଲୋକତନ୍ତ୍ରର ବିଜୟ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ନକ୍ସଲ ଯେପରି କୌଣସି ଅଘଟଣ ଘଟାଇ ପାରିବେ ନାହିଁ, ସେନେଇ ସୁରକ୍ଷାକର୍ମୀ କୁମ୍ବିଂକୁ ଜୋରଦାର କରିବା ସହ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ଏତେ ବର୍ଷ ପରେ ଲୋକେ ଭୋଟ ଦେଇଥିବାରୁ ସେମାନଙ୍କ ଖିସି କହିଲେ ନସରେ।

ଅଧିକ ପଢ଼ନ୍ତୁ: ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ ଜିଲ୍ଲାପାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe