ବିଜେପୁର ପରେ ଏବେ କଣ୍ଟାବାଞ୍ଜି: ନବୀନଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା

Advertisment
ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗୀର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା। ଗତଥର ବିଜେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ନବୀନ ଚଳିତ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ଆସନରୁ ଲଢ଼ିବେ। ଏଥିସହିତ କଣ୍ଟାବାଞ୍ଜି ଆସନକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ୨୦୧୯ ମସିହା ନିର୍ବାଚନରେ ବରଗଡ଼ ଜିଲ୍ଲା ବିଜେପୁରରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ଲକ୍ଷାଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ। ସେହିବର୍ଷ ବିଜେଡି ବରଗଡ଼ର ସବୁ ୫ଟି ବିଧାନସଭା ଆସନ ଦଖଲ କରିଥିଲା। ସମ୍ଭବତଃ ବିରୋଧୀଙ୍କୁ ଚକ୍‌ମା ଦେବାକୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାପ‌ାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏହି ନିର୍ବାଚନମଣ୍ଡଳୀ ସଂଲଗ୍ନ ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ହାଵାରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ନୂଆପଡ଼ାରେ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ୁଛନ୍ତି। ତେଣୁ ସେଠାରେ ବାଜିମାତ୍‌ କରିବା ଲକ୍ଷ୍ୟରେ ଦଳ ଏହି ରଣନୀତି ଆପଣାଇଥିବା ରାଜନୈତିକ ବିଶେଷଜ୍ଞଙ୍କ ମତ। କେବଳ କଣ୍ଟାବାଞ୍ଜି କି ବଲାଙ୍ଗୀର କାହିଁକି, ସମଗ୍ର ପଶ୍ଚିମ ଓଡ଼ିଶ‌ାରେ ଏହାର ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏମିତିରେ ବି କଣ୍ଟାବାଞ୍ଜିରେ ବିଜେଡି କାହାକୁ ଲଢ଼ାଇବ ସେ ନେଇ ଅଡ଼ୁଆରେ ରହିଥିଲା। ସେଠାରେ ପୂର୍ବତନ ବିଧାୟକ ଆୟୁବ ଖାନ୍‌, ତାଙ୍କ ପୁଅ ଅମ୍‌ଜାଦ୍‌, ନିରୁପମା ମାଝୀ ଟିକେଟ୍‌ ଦୌଡ଼ରେ ଥିଲେ। କିଛିଦିନ ହେଲା କଂଗ୍ରେସ ଟିକେଟ ପାଇଥିବା ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ବିଜେଡିରେ ମିଶି ଟିକେଟ ହାତେଇବେ ବୋଲି ଚର୍ଚ୍ଚା ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe