ମା’ର ମୃତଦେହ ପାଖରେ ବସିରହିଛି ୪ ବର୍ଷର ଅନାଥ ଶିଶୁକନ୍ୟା, ସାହାରା ଦେବ କିଏ?

୩ ବର୍ଷ ପୂର୍ବେ ବାପାଙ୍କ ଦେହାନ୍ତ, ଆଜି ମା’ଙ୍କ ମୃତ୍ୟୁ

ମା’ର ମୃତଦେହ ପାଖରେ ବସିରହିଛି ୪ ବର୍ଷର ଅନାଥ ଶିଶୁକନ୍ୟା, ସାହାରା ଦେବ କିଏ?

ନବରଙ୍ଗପୁର: ହତଭାଗା ଶିଶୁକନ୍ୟା। ମା’ ଗର୍ଭରେ ଥିବା ବେଳେ ବାପା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଏବେ ୪ ବର୍ଷର ଶିଶୁକନ୍ୟାର ଏକ ମାତ୍ର ସାହାଭରଷା ଥିଲେ ମା’। ସଂସାରକୁ ପରିଚିତ କରିବା ପୂର୍ବରୁ ସଂସାରରୁ ଚାଲିଗଲେ ମା’। ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହରର ପ୍ରତାପ ସାଗର ପୋଖରୀ ହିଡରେ ରହୁଥିବା ବସ୍ତିରେ। ବସ୍ତିରେ ରହୁଥିବା ନିଳା ଜାନୀଙ୍କ ସ୍ବାମୀ  ଚକା ଜାନୀ ଗତ ୩ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ମା’ ପର ଘରେ ମୂଲ ଲାଗି ବସ୍ତିର ଏକ ଭଙ୍ଗା ଦଦରା ଘରେ ନିଜର ୪ବର୍ଷର ଶିଶୁ କନ୍ୟାର କଅଁଳ ମୁହଁକୁ ଦେଖି ଦିନ କାଟୁଥିଲେ। ଆଜି ମା’ ପୋଖରୀରେ କପଡା ସଫା କରିବାକୁ ଯାଇଥିବା ବେଳେ ଫିଡ୍ସ ରୋଗ ବାହାରି ତଳେ ପଡି ତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ସମାଜସେବୀ ସୁଧୀର ଘଟଣାସ୍ଥଳକୁ ଯାଇ କିଛି ସମ୍ପର୍କୀୟ ଓ ସାହି ବାସିନ୍ଦାକୁ ନେଇ ଶବସତ୍କାର କରିବାର ବ୍ୟବସ୍ଥା କରିଥିଲେ।

ଏତେ ବଡ଼ ଦୁନିଆରେ ୪ ବର୍ଷର ଶିଶୁ କନ୍ୟା ଆଜି ଏକୁଟିଆ। ବର୍ତ୍ତମାନ ବାପା ଓ ମାଁକୁ ହରାଇ ଅନାଥ ହୋଇଥିବା ଶିଶୁକନ୍ୟା ବଞ୍ଚିବା ପାଇଁ ସାହାରା ଖଜୁଛି। ହେଲେ ସାହାରା ଦେବ କିଏ ତାକୁ ନେଇ ଆଶା ଆଶଙ୍କାରେ ସାହି ବାସିନ୍ଦା। ୪ ବର୍ଷର କଅଁଳ ଶିଶୁକନ୍ୟାର ଭବିଷ୍ୟତ କେଉଁ ଆଡକୁ ଯିବ ତାକୁ ନେଇ ସାହି ବାସିନ୍ଦା ଆଶାଆଶଙ୍କାରେ ଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶିଶୁ କନ୍ୟାକୁ ଉତ୍ତମ ଥଇଥାନ କରିବାକୁ ଦାବି କରିଛନ୍ତି ।

ଅନ୍ୟପଟେ  ସାହି ବାସିନ୍ଦା ପ୍ରଶାସନକୁ ସୂଚନା ଦେଲାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଇଲଡ଼ ଲାଇନର ଏକ ଟିମ ମୃତ ନିଳାଙ୍କ ଘର କୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ନିଳାଙ୍କ ଦଶାହ କ୍ରିୟା ସରିବା ପରେ  ଶିଶୁକନ୍ୟାର ଥଇଥାନ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ତ  ବ୍ୟବସ୍ତା କରାଯିବା ସହ ଭତ୍ତା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ ବୋଲି ଚାଇଲଡ଼ ଲାଇନର କର୍ମକର୍ତ୍ତା ରବୀନ୍ଦ୍ର ପ୍ରଧାନ କହିଛନ୍ତି। ଶିଶୁକନ୍ୟା  ଆଜି ଏକୁଟିଆ ହେଲେ ମଧ୍ୟ ତାକୁ ସାହାରା ଦେବା ପାଇଁ ଆଜି ଏକ ହେଇଯାଇଛନ୍ତି ବସ୍ତି ବାସିନ୍ଦା। ସମସ୍ତେ ଦୁର୍ଗାର ଭବିଷ୍ୟତ ଉଜ୍ଜଳ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବି କରିବା ସହ ଆଶା ମଧ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe