ନିର୍ବାଚନ ଶେଷ ପରେ ଅଜ୍ଞାତବାସରେ ସମିତି ସଭ୍ୟ ପ୍ରାର୍ଥୀ

ନିର୍ବାଚନ ଶେଷ ପରେ ଅଜ୍ଞାତବାସରେ ସମିତି ସଭ୍ୟ ପ୍ରାର୍ଥୀ

Bhatkallys.com

ଘଟଗାଁ: ଘଟଗାଁ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷହେବା ପରେ ବିଜେଡି ସମର୍ଥିତ ପଞ୍ଚାୟତ ସମିତିସଭ୍ୟ ପ୍ରାର୍ଥୀମାନେ ଅଜ୍ଞାତବାସରେ ଯାଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ହୋଇନାହିଁ। ଏପରିକି ଭୋଟ ଗଣତି ହୋଇନାହିଁ। ମାତ୍ର ସମିତିସଭ୍ୟ ପ୍ରାର୍ଥୀଙ୍କୁ ଦଳ ତରଫରୁ ଅଜ୍ଞାତବାସରେ ରଖାଗଲାଣି। ୨ ଜଣ ନିର୍ବାଚିତ ସମିତିସଭ୍ୟ ସମେତ ୨୦ ରୁ ଅଧିକ ପ୍ରାର୍ଥୀକୁ ଅଜ୍ଞାତ ବାସରେ ପଠାଯାଇଛି। ଏଥର ସଂପୃକ୍ତ ଦଳର ପ୍ରାର୍ଥୀମାନେ ନିଶ୍ଚୟ ବିଜୟ ବୋଲି ଦଳ ଆଶାକରିବା ସହିତ ପଞ୍ଚାୟତ ସମିତି ପଦବି ଅକ୍ତିଆର କରିବା ପାଇଁ ରବିବାରଠାରୁ କସରତ ଆରମ୍ଭ ହୋଇଛି।

ଏଥର ନିର୍ବାଚନରେ ସମିତିସଭ୍ୟ ପାଇଁ ୭୬ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଦୁଇଟି ସମିତିସଭ୍ୟ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହେଉଥିବା ବେଳେ ମୋଟ ୨୭ ପଞ୍ଚାୟତ ସମିତି ସଭ୍ୟ ପଦବିରୁ ୨୫ ଟି ପଦବି ପାଇଁ ନିର୍ବାଚନ ହେଉଥିଲା। ସେଥିପାଇଁ ୭୬ ଜଣ ମଇଦାନରେ ଥିଲେ। ବିଜେଡି ସମର୍ଥିତ ପ୍ରାର୍ଥୀମାନେ ସୁବିଧା ସ୍ଥିତିରେ ଥିବା ଏମାନଙ୍କ ବିଜୟ ନିଶ୍ଚିତ ଦୃଷ୍ଟିକୋଣରେ ସେମାନଙ୍କୁ ଅଜ୍ଞାତବାସରେ ରଖାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe