୪ ମାସର ସଂଘର୍ଷ ପରେ ନୂଆ ଜୀବନ ପାଇଲେ ଆର୍ତ୍ତ

Advertisment

ସମ୍‌ ହସ୍ପିଟାଲରେ ବିନା ଏକ୍‌ମୋ ଚିକିତ୍ସାରେ ସୁସ୍ଥ ହେଲେ

ସମ୍‌ ହସ୍ପିଟାଲରେ ବିନା ଏକ୍‌ମୋ ଚିକିତ୍ସାରେ ସୁସ୍ଥ ହେଲେ

୪ ମାସର ସଂଘର୍ଷ ପରେ ନୂଆ ଜୀବନ ପାଇଲେ ଆର୍ତ୍ତ

India Whispers

ଭୁବନେଶ୍ବର : କଥାରେ ଅଛି, ରଖେ ହରି, ମାରେ କିଏ। ଗୋଟିଏ ପଟରେ ବ୍ୟୟବହୁଳ ଏକ୍‌ମୋ ଚିକିତ୍ସା ସତ୍ତ୍ବେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ଅଭିଷେକ ମହାପାତ୍ରଙ୍କର ଗତକାଲି ମୃତ୍ୟୁ ହୋଇଯାଇଥିବାବେଳେ ସେଭଳି ସଙ୍କଟାପନ୍ନ ସ୍ଥିତିରେ ଥିବା ଜଣେ ଯୁବକ ଆର୍ତ୍ତ ସେଠୀ(୪୦) କିନ୍ତୁ ବିନା ଏକ୍‌ମୋ ଚିକିତ୍ସାରେ ଆଜି ସୁସ୍ଥ ହୋଇଛନ୍ତି। କୋଭିଡ୍‌ରେ ଆକ୍ରାନ୍ତ ହୋଇ ୪ ମାସ ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆର୍ତ୍ତ। ଆର୍ତ୍ତଙ୍କ ଏହି ନବଜୀବନ ପ୍ରାପ୍ତି କୌଣସି ଚମତ୍କାରଠାରୁ ମଧ୍ୟ କମ୍ ନୁ‌ହେଁ ବୋଲି ତାଙ୍କୁ ଚିକିତ୍ସା କରୁଥିବା ସମ୍‌ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି।

ଅନୁଗୁଳ ପାଲଲହଡ଼ାର ଆର୍ତ୍ତ ଜଣେ ଜେସିବି ଚାଳକ। ମେ ମାସ ୧୧ ତାରିଖରେ କୋଭିଡ ଆକ୍ରାନ୍ତ ହୋଇ ସେ ଯେତେବେଳେ ସମ୍‌ ଦ୍ବାରା ପରିଚାଳିତ କୋଭିଡ୍ ଡାକ୍ତରଖାନା ଆସିଥିଲେ, ତାଙ୍କ ଅବସ୍ଥା ଏତେ ଗୁରୁତର ଥିଲା ଯେ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଫୁସ୍‌ଫୁସ୍‌ ବହୁ ପରିମାଣରେ ସଂକ୍ରମିତ ହୋଇଥିବାରୁ ନିଃଶ୍ବାସ ନେବାରେ ଭୀଷଣ କଷ୍ଟ ହେଉଥିଲା। ଏଥିପାଇଁ ଏକ୍‌ମୋ ଚିକିତ୍ସାର ମଧ୍ୟ ଆବଶ୍ୟକତା ଥିଲା। ମ‌ାତ୍ର ଆର୍ତ୍ତଙ୍କ ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନ ଥିବାରୁ ତାଙ୍କୁ ଏୟାରଲିଫ୍ଟ କରିବା କି ଏକ୍‌ମୋ ଚିକିତ୍ସା ସମ୍ଭବ ହେଲା ନାହିଁ। ତେବେ ଡାକ୍ତରମାନେ ଆଶା ନ ହରାଇ ତାଙ୍କ ଚିକିତ୍ସା ଜାରି ରଖିଥିଲେ। ପ୍ରାୟ ଏକ ମାସ ପରେ ସେ ପ୍ରଥମେ କୋଭିଡ୍‌ ସଂକ୍ରମଣରୁ ମୁକ୍ତ ହେଲେ। ତେଣୁ ତାଙ୍କୁ କୋଭିଡ ଡାକ୍ତରଖାନାରୁ ସମ୍‌ ଡାକ୍ତରଖାନାକୁ ଅଣାଗଲା। ଏହା ସତ୍ତ୍ବେ ସେତେବେଳେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ପାରାଲିସିସ୍‌ ହୋଇ ଗୋଡ଼ହାତ ଏକପ୍ରକାର ଅଚଳ ହୋଇ ପଡ଼ିଥିଲା। ଏଥିଯୋଗୁଁ ତାଙ୍କୁ ନ୍ୟୁରୋସାଇନ୍ସ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କୁ ବଞ୍ଚାଇବା ପାଇଁ ସମ୍‌ର ଡାକ୍ତରୀଦଳ କଠିନ ପରିଶ୍ରମ କରିଥିଲେ। ଶେଷରେ ଚିକିତ୍ସା ଚିକିତ୍ସା ବିଜ୍ଞାନର ବିଜୟ ହେଲା ଏବଂ ବିନା ଏକ୍‌ମୋ ଚିକିତ୍ସାରେ ଆର୍ତ୍ତ ସୁସ୍ଥ ହୋଇ ଘରକୁ ଫେରିବାକୁ ସମର୍ଥ ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe