ପୁଅ ହେବାରୁ ଜଗନ୍ନାଥଙ୍କୁ ଶ୍ରଦ୍ଧାଳୁ ଦେଲେ ୩ ସୁନା ହାର

Advertisment
ପୁଅ ହେବାରୁ ଜଗନ୍ନାଥଙ୍କୁ ଶ୍ରଦ୍ଧାଳୁ ଦେଲେ ୩ ସୁନା ହାର

ପୁରୀ: ପୁରୀ ଶ୍ରୀକ୍ଷେତ୍ରକୁ ଅନେକ ଶ୍ରଦ୍ଧାଳୁ ଓ ଭକ୍ତ ଆସନ୍ତି ସବୁବେଳେ। କିଏ କେଉଁ ଆଶାରେ ଆସୁଥିବାବେଳେ ଗତ ବର୍ଷ ଜଣେ ଶ୍ରଦ୍ଧାଳୁ ଗୁଜୁରାଟରୁ ଅନେକ ଆଶା ନେଇ ଆସିଥିଲେ। ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ପରେ ପୁଅଟିଏ ମାଗି ଫେରି ଯାଇଥିଲେ। ବାସ୍‌! ଇତି ମଧ୍ୟରେ ବର୍ଷେ ବିତିଯାଇଛି। ବର୍ଷେ ପରେ ତାଙ୍କର ମନସ୍କାମନା ପୂରଣ ହୋଇଛି।

ପୁତ୍ର ପ୍ରାପ୍ତି ପରେ ତା’ର ନାମ ଦେଇଛନ୍ତି ଓମ୍‌ ପ୍ରକାଶ। ବର୍ଷେକ ପରେ ପୁତ୍ର ପ୍ରାପ୍ତି ଆଶା ପୂରଣ ହେବାରୁ ସେ ସୋମବାର ପୁରୀ ଆସିଛନ୍ତି। ପୂଜାର୍ଚ୍ଚନା ପରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ୩ଟି ସୁନାହାର ଅର୍ପଣ କରିଛନ୍ତି। କିନ୍ତୁ ନିଜ ନାମ କହିନାହାନ୍ତି। ଜଗନ୍ନାଥଙ୍କ କାର୍ଯ୍ୟାଳୟରେ ପ୍ରଶାସକଙ୍କ ଉପସ୍ଥିତିରେ ସେ ଏହି ହାର ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe