ଦଣ୍ଡାଦେଶ ଶୁଣି ଅଭିଯୁକ୍ତ ଚମ୍ପଟ୍‌

Advertisment
ପୁଲିସ ହେପାଜତରୁ ଚମ୍ପଟ ମାରିଲା ଦୁଷ୍କର୍ମ ଅଭିଯୁକ୍ତ

Times of India

ଅନୁଗୁଳ : ଅଦାଲତରେ ଏକ ଚୋରି ମାମଲାର ବିଚାର ଚାଲିଥିଲା। ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା ଆଦେଶ ଦେଇଥିଲେ ଅଦାଲତ। ଆଉ ଏହା ଶୁଣି ଛାନିଆ ହୋଇଯାଇଥିଲେ ଅଭିଯୁକ୍ତ। ସୁଯୋଗ ଦେଖି ଅଦାଲତରୁ ଚମ୍ପଟ ମାରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ବୁଧବାର ଦିନ ଦେଖିବାକୁ ମିଳିଥିଲା ଅନୁଗୁଳ କୋର୍ଟ ପରିସରରେ। ସମସ୍ତଙ୍କ ସାମ୍‌ନାରେ ଅଭିଯୁକ୍ତ ଦୌଡ଼ି ଦୌଡ଼ି ପଳାଇବା ଘଟଣାକୁ ନେଇ ଅନ୍ୟ ଅଭିଯୁକ୍ତ ଓ ଆଇନଜୀବୀଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଅନୁଗୁଳ ସିଜେଏମ୍‌ ଅଦାଲତରେ ବୁଧବାର ଦିନ ଏକ ଚୋରି ମାମଲାର ରାୟ ପ୍ରକାଶ ପାଇଥିଲା। ଏଥିରେ କୁଇଓ ଅଞ୍ଚଳର ଜଣେ ଯୁବକଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହା ସହିତ ୨୫ ହଜାର ଟଙ୍କାର ଜରିମାନା କରାଯାଇଥିଲା। ସେ ଆଗରୁ ଜାମିନରେ ଥିଲାବେଳେ ଆଜି ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଯିବେ ବୋଲି ଆଶା ରଖିଥିଲେ। କିନ୍ତୁ, ଜେଲ୍‌ କଥା ଶୁଣି ଯୁବକ ଜଣଙ୍କ ଡରିଯାଇଥିଲେ। ଏସ୍‌କର୍ଟ ନ ଥିବାରୁ ଧୀରେ ଧୀରେ ପଛକୁ ଚାଲି ତା’ପରେ ହଠାତ୍‌ ଦୌଡ଼ିଥିଲେ। କେହି କିଛି ବୁଝିବା ଆଗରୁ କୋର୍ଟ ପରିସରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ କୁଆଡ଼େ ଚାଲି ଯାଇଥିଲେ। ପରେ, ସେ ଫେରିଆସିଥିଲେ ଏବଂ ଜଣେ ଜାମିନଦାରଙ୍କ ମାର୍ଫତରେ ତାଙ୍କର ଜାମିନ୍ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe