ମୃତ୍ୟୁ ଏମିତି ବି ଆସେ ! ବାପାଙ୍କ ଏକାଦଶାହ କାର୍ଯ୍ୟ ସାରିବାର ପରେ ପୁଅର ଜୀବନ ଗଲା

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଉତ୍କେଲା: ମୃତ୍ୟୁ କେଉଁ ସମୟରେ ଆସିପାରେ କିଏ ଅବା ଜାଣେ? ଆଜି ବାପାଙ୍କ ଏକାଦଶାହ କାର୍ଯ୍ୟ ସାରିବାର କେଇ ଘଣ୍ଟା ପରେ ହଠାତ୍ ହୃଦ୍‌ଘାତରେ ପୁଅଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କୁଣ୍ଡାବନ୍ଧ ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମରେ। ପ୍ରକାଶ ଯେ, କେସିଙ୍ଗା ବ୍ଲକ୍‌ ଡୁମେରମୁଣ୍ଡାର ସୀତାରାମ ସାହୁ (୮୭)ଙ୍କ ପରଲୋକ ହୋଇଥିବା ବେଳେ ସୋମବାର ଏକାଦଶାହ କାର୍ଯ୍ୟ ଚାଲିଥିଲା।

ରୀତିନୀତିରେ ପୁଅ ପାରଳାଖେମୁଣ୍ଡି ଏସ୍‌କେସିଜି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଇନ୍ଦୁଭୂଷଣ ସାହୁ (୬୩) ସମସ୍ତ ପୂଜାକାର୍ଯ୍ୟ କରିଥିଲେ। ପୂଜା ସରିବାର କେଇ ଘଣ୍ଟା ପରେ ହଠାତ୍ ଇନ୍ଦୁଭୂଷଣଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କ ଜୀବନ ଚାଲିଯାଇଥିଲା। ପୂର୍ବରୁ ସ୍ବର୍ଗତ ସୀତାରାମଙ୍କ ପୁଅମାନଙ୍କ ଦେହାନ୍ତ ହୋଇସାରିଥିବା ବେଳେ କେବଳ ଜଣେମାତ୍ର ପୁଅ ଇନ୍ଦୁଭୂଷଣ ଥିଲେ। ଆଜି ତାଙ୍କ ପରଲୋକ ପରେ ସ୍ତ୍ରୀ ରୁକ୍ମିଣୀ ସାହୁ ଓ ରୋଗଣା ମା’ ପ୍ରତୀମା ସାହୁ ଅସହାୟ ହୋଇପଡ଼ିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe