ମାନବାଧିକାର ଆୟୋଗ ରିପୋର୍ଟ ତଳବ ପରେ ନଗଡ଼ାରେ ପ୍ରଶାସନ

Advertisment
ମାନବାଧିକାର ଆୟୋଗ ରିପୋର୍ଟ ତଳବ ପରେ ନଗଡ଼ାରେ ପ୍ରଶାସନ

କାଳିଆପାଣି : କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ବି ନଗଡ଼ା ଓ ଏହାର ପାରିପାର୍ଶ୍ବିକ ପାହାଡ଼ି ଜୁଆଙ୍ଗ ବସ୍ତିରେ ବିକାଶ ଆଶାନୁରୂପ ହୋଇନଥିବା ଓ ନଗଡ଼ାରୁ କୁପୋଷଣ ହଟିନଥିବା ସଂକ୍ରାନ୍ତରେ ଜାତୀୟ ମାନବାଧିବାର କମିସନ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଆଜି ସୁକିନ୍ଦା ବିଡିଓ ତାପସ କୁମାର ସେଠୀ, ବ୍ଲକ୍‌ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ପତି ଉପର, ମଝି ଓ ତଳ ନଗଡ଼ାର ଘରକୁ ଘର ବୁଲି ସ୍ଥିତି ପରଖିଥିଲେ।

ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପାଖ ଗାଁ ଦାଣ୍ଡରେ ବୃଦ୍ଧା ଚମ୍ପା ପ୍ରଧାନ, ତାଙ୍କ ବିଧବା ବୋହୂ ସୁବାସୀ ପ୍ରଧାନ, ବୃଦ୍ଧ ମଧୁ ପ୍ରଧାନ ଓ ଧନେଶ୍ବର ପ୍ରଧାନ, ବୁଧିଆ ପ୍ରଧାନ, ମଝି ନଗଡ଼ାର ଦୁକନ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ମଝି ନଗଡ଼ାରେ ସ୍କୁଲ୍ ଛାତ୍ରୀ ଜାଇ ପ୍ରଧାନ, ରାଇମଣି ପ୍ରଧାନ, ଜେମାଦେଇ ପ୍ରଧାନ, ଗୁଲି ପ୍ରଧାନ, କୋଇଲି ପ୍ରଧାନ, ଗାଲେ ପ୍ରଧାନ ଓ ଉନିତା ପ୍ରଧାନଙ୍କ ସହ ଆଲୋଚନା କରି ଶିକ୍ଷାଦାନ ଓ ଛାତ୍ରାବାସ ବ୍ୟବସ୍ଥା ପଚାରି ବୁଝିଥିଲେ। ଶେଷରେ ଉପର ନଗଡ଼ା ମଣ୍ଡପରେ କଟିକିଆ ପ୍ରଧାନ, ମଣିଆ ପ୍ରଧାନ, ବୃଦ୍ଧ ବିନ‌ୋଦ ପ୍ରଧାନ, ଭଦ୍ର ପ୍ରଧାନ, କାନ୍ଦୁଣିଆ ପ୍ରଧାନ, ତଳ ନଗଡ଼ାର ବନା ପ୍ରଧାନ, ଦେଶ ପ୍ରଧାନ, ହରି ପ୍ରଧାନ, ଜାମ୍ପ ପ୍ରଧାନ, ଗୁହିଆଶାଳ ମୌଜାର ନନ୍ଦ ପ୍ରଧାନ, ମାଳୁକୁ ପ୍ରଧାନ, ସୁଜୁନା ପ୍ରଧାନଙ୍କ ସହ ‌ଆଲୋଚନା କରି ସାଧାରଣ ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଏଠାରେ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଦିଗକୁ ପ୍ରାଥମିକତା ଦିଆଯିବ ବୋଲି ବିଡିଓ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe