ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଶାସନ, ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି : ଅରିନ୍ଦମ ରାୟ

Advertisment

ଅରିନ୍ଦମଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ବିଜେପି ସଭାପତି

ଅରିନ୍ଦମଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ବିଜେପି ସଭାପତି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଶାସନ, ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି : ଅରିନ୍ଦମ ରାୟ

ଭୁବନେଶ୍ୱର: ଓଡିଶାବାସୀଙ୍କ ସ୍ୱାର୍ଥକୁ ବିଜେଡି କ୍ରମାଗତ ଉପେକ୍ଷା କରୁଛି। ବିଜୁ ଜନତା ଦଳରେ ନେତା ଓ କର୍ମୀଙ୍କୁ ଅବହେଳା କରାଯାଉଛି। ବିଜେଡିରେ ନେତାଙ୍କୁ ସମ୍ମାନ ଓ ଇଜ୍ଜତ ମିଳୁ ନାହିଁ। ଯେଉଁଠି ନେତା ହୋଇ ରାଜ୍ୟ ମୁଖିଆଙ୍କୁ ଭେଟିବାରେ ଅସମର୍ଥ ହେଉଛି, ସେଠି ଓଡ଼ିଶାବାସୀଙ୍କ ସମସ୍ୟାକୁ କାହା ପାଖରେ କହି ସମାଧାନ କରିବି? ବିଜେଡିରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବ‌େଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସଂକଳ୍ପକୁ ସିଦ୍ଧି କରିବା ପାଇଁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିବି ବୋଲି ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ସାମିଲ ହୋଇଥିବା ବିଶିଷ୍ଟ ଚଳଚିତ୍ର ଅଭିନେତା ଶ୍ରୀ ଅରିନ୍ଦମ ରାୟ କହିଛନ୍ତି।

ଆଜି ରାଜ୍ୟ କାର୍ଯାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ରାୟ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଅବସରପ୍ରାପ୍ତ ଅତିରିକ୍ତ ଅଡିଟର ଜେନେରାଲ ସୁରଥ ସେଠୀଙ୍କ ସମେତ ଜିତେନ୍ଦ୍ର ନାଥ, ଶ୍ରୀଧର ସେଠୀ, ଭାବଗ୍ରାହୀ ସେଠୀ, ପ୍ରସନ୍ନ କୁମାର ପରିଡ଼ା, ବିଶ୍ୱଜିତ୍ ନାଥଶର୍ମା, ଧୀରେନ ଘଡାଇ, ହେମନ୍ତ କୁମାର ବିଶ୍ୱାଳ, ଧରଣୀଧର ପ୍ରଧାନ, ପତିତପାବନ ପରୀଡା, ଅଭିରାମ ଶର୍ମା, ବୈକୁଣ୍ଠ ରାଉତ, ଆୟୁଷ ଶୁଭଙ୍କର ସାମଲ, ତନ୍ମୟ ପ୍ରକାଶ ରାଉତ, ସ୍ଥିତିପ୍ରଜ୍ଞା ନନ୍ଦ, ରାଜେଶ ସିଂହ, ରୋଶ୍ନାମୟୀ ସ୍ୱାଇଁ, ଦିବ୍ୟ ସିଂହ, ରାକେଶ ସିଂହ ପ୍ରମୁଖ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି।

ଶ୍ରୀ ରାୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୁର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସଂଗଠନ ସୁଦୃଢ଼ ହେଉଛି। ଓଡ଼ିଶାରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛି ତାକୁ ହଟାଇବା ପାଇଁ ଓଡ଼ିଶାର ବିଭିନ୍ନ ବର୍ଗର ଲୋକମାନେ ଭାରତୀୟ ଜନତା ପାର୍ଟି ଉପରେ ଭରସା କରି ଯୋଗଦାନ ଦେଉଛନ୍ତି। ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ଓ ନରେନ୍ଦ୍ର ମୋଦୀଙ୍କ ବିକାଶ ଯାତ୍ରାକୁ ଓଡ଼ିଶାରେ ଆଗେଇ ନେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ମନୋଜ ମହାପାତ୍ର, ଜ୍ଞାନ ବେଉରିଆ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe