ସ୍ବାମୀଙ୍କୁ ହତ୍ୟା ପରେ ଶବ ସହ ତିନିଦିନ କାଟିଲା ସ୍ତ୍ରୀ

Advertisment
ସ୍ବାମୀଙ୍କୁ ହତ୍ୟା ପରେ ଶବ ସହ ତିନିଦିନ କାଟିଲା ସ୍ତ୍ରୀ

କେନ୍ଦୁଝର: ଘରୋଇ କଳିରୁ ବୀଭତ୍ସ ହତ୍ୟା। ଶୋଇଥିବା ବେଳେ ସ୍ବାମୀକୁ ଶାବଳରେ ପିଟି ହତ୍ୟା କଲା ସ୍ତ୍ରୀ। ହତ୍ୟାକାଣ୍ଡ ପରେ ଘଟଣାକୁ ଚପାଇବାକୁ ଶବକୁ ଘରେ ତିନିଦିନ ଲୁଚାଇ ରଖିଥିଲା। ସେହିଘରେ ଚାରିଛୁଆଙ୍କୁ ଧରି ଖାଇପିଆ କରି ରହୁଥିଲା। ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଆଜି କେନ୍ଦୁଝର ଟାଉନ ଥାନା ପୁଲିସ ପହଞ୍ଚି ଗଳିତ ମୃତେଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖିଛି। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡ଼ିପଶା ଗ୍ରାମ ଜୁଆଙ୍ଗସାହିରେ।

ପ୍ରାପ୍ତ ସୂଚନା ଅନୁସାରେ, ଘରୋଇ କଳିକୁ କେନ୍ଦ୍ରକରି କୋଡ଼ିପଶା ଜୁଆଙ୍ଗସାହିର ଟୁରା ଜୁଆଙ୍ଗ ଓ ପତ୍ନୀ ସୁନୀତା ଜୁଆଙ୍ଗଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଟୁରା ବାରମ୍ବାର ନିଶାସକ୍ତ ଅବସ୍ଥାରେ ଆସି ସୁନୀତାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍‌ କରୁଥିଲା। ଗତ ୮ ତାରିଖ ରାତିରେ ସ୍ବାମୀସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା। ଟୁରା ଶୋଇଥିବା ବେଳେ ସୁନୀତା ତାଙ୍କୁ ଶାବଳରେ ପିଟି ହତ୍ୟା କରିଥିଲା। ହତ୍ୟା ପରେ ଘଟଣାକୁ ଚପାଇବା ପାଇଁ ସୁନୀତା ସ୍ବାମୀର ଶବକୁ ଘରେ ଲୁଚାଇ ରଖିଥିଲା। ସେହିଘରେ ଚାରିଛୁଆଙ୍କୁ ଧରି ଖିଆପିଆ କରିବା ସହ ଶୋଉଥିଲା। ତିନିଦିନ ପରେ ଆଜି ଖବର ପାଇ ‌ପୁଲିସ ପହଞ୍ଚି ଗଳିତ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁନୀତାଙ୍କୁ ପୁଲିସ ସ୍ବଧାର ଗୃହ‌ରେ ରଖିଥିବା ବେଳେ ତା ସହ ଦୁଇ ଶିଶୁ ଅଛନ୍ତି। ଅନ୍ୟ ଦୁଇଜଣ ଶିଶୁଙ୍କୁ ସମ୍ପର୍କୀୟଙ୍କ ପାଖରେ ଛଡ଼ାଯାଇଛି। ଏନେଇ କେନ୍ଦୁଝର ଟାଉନ ଥାନାରେ କେସ୍‌ ନମ୍ବର ୩୭୦/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe