ବିଜେଡି ଛାଡ଼ିଲେ ବିଜୁଙ୍କ ଧର୍ମଝିଅ

Advertisment
ବିଜେଡି ଛାଡ଼ିଲେ ବିଜୁଙ୍କ ଧର୍ମଝିଅ

ବଲାଙ୍ଗୀର: ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ସେତିକି ବଢ଼ିବଢ଼ି ଚାଲିଛି। ଏହିକ୍ରମରେ ବଲାଙ୍ଗୀରର ବରିଷ୍ଠ ବିଜେଡି ନେତା ସରୋଜ ପାଣିଗ୍ରାହୀ ଏବଂ ତାଙ୍କ ଧର୍ମପତ୍ନୀ ତଥା ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଉଭୟେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ସରୋଜ ପାଣିଗ୍ରାହୀ ବିଜୁ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ସେ କାଜୁ ନିଗମର ଅଧ୍ୟକ୍ଷ ମଧ୍ୟ ଥିଲେ। ଜ୍ୟୋତି ପାଣିଗ୍ରାହୀ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା ବିଜେଡିର ଉପସଭାନେତ୍ରୀ ଥିଲେ। ବିଜେଡି ନିଜ ନୀତି ଆଦର୍ଶରୁ ଦୂରେଇ ଯାଉଥିବା ତଥା ମୁଖ୍ୟମନ୍ତ୍ରୀଙ୍କ ହିସାବରେ ଦଳ ଚାଲୁନଥିବା ଅଭିଯୋଗ କରି ଦୁହେଁ ଦଳ ଛାଡ଼ିଥିବା ପ୍ରତିକ୍ରିୟାରେ କହିଛନ୍ତି। ସୂଚ‌ନାଯୋଗ୍ୟ, ଜ୍ୟୋତି ପାଣିଗ୍ରାହୀଙ୍କୁ ବିଜୁବାବୁ ଧର୍ମଝିଅ କରିଥିଲେ। ତାଙ୍କ ବିବାହ ଉତ୍ସବରେ ବି ବିଜୁବାବୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe