ପ୍ରେମ କରି ବିବାହ ପରେ ଛାଡ଼ିଦେଲା ସ୍ବାମୀ

Advertisment
ପ୍ରେମ କରି ବିବାହ ପରେ ଛାଡ଼ିଦେଲା ସ୍ବାମୀ

MEGA MEDIA NEWS

ସମ୍ବଲପୁର: ପ୍ରେମ କରି ବିବାହ କରିଥିଲେ। ଘର ଛାଡ଼ି ଏକାଠି ରହିଲେ, ଏକାଠି କାମ କଲେ। ତେବେ ସୁଯୋଗ ପାଇ ସ୍ତ୍ରୀକୁ ଏକାଛାଡ଼ି ସ୍ବାମୀ ଗାଁକୁ ଚାଲି ଯାଇଛି। ଆଉ ନେବା ନାଁ ଧରୁନାହିଁ। ଏଭଳି ଘଟଣା ଘଟିଛି ସମ୍ବଲପୁରରେ। ସୂଚନା ମୁତାବକ, କ୍ଷେତରାଜପୁରର ଜ୍ୟୋତି ଦାସ ଓ ଚିପିଲିମାର ଦିଲ୍ଲୀପ ଝରାଙ୍କ ମଧ୍ୟରେ କିଛି ବର୍ଷ ପୂର୍ବେ ପ୍ରେମ ଆରମ୍ଭ ହୋଇଥିଲା। ୬ ମାସ ତଳେ ଉଭୟ ବିବାହ କରିବା ପରେ ପରିବାର ଠାରୁ ଅଲଗା ହୋଇ ତାଲଭଟାପଡ଼ା ଚାଲି ଆସିଥିଲେ। ସେଠାରେ ଉଭୟ କାମ କରି ଗୁଜୁରାଣ ମେଣ୍ଟାଉଥିଲେ।

ତେବେ ଗତ ୩ ତାରିଖ ଭାଇ ଜିଉନ୍ତିଆ ବାହାନା କରି ଦିଲ୍ଲୀପ ଗାଁକୁ ଚାଲି ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ଜ୍ୟୋତି ତାଙ୍କୁ କଲ୍‌ କରିଥିଲେ ମଧ୍ୟ ସେ କଥା ନ ହୋଇ ଗାଳିଗୁଲଜ କରୁଥିଲେ। ଶେଷରେ ଜ୍ୟୋତି ଶୁକ୍ରବାର ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe