ହତ୍ୟା ପରେ ଡ୍ରେନ୍‌ରେ ଫୋପାଡ଼ି ଦେଲେ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ବାଲେଶ୍ବର: ସହର ଭିତରେ ୪ଟି ଥାନା ଓ ୬ଟି ଫାଣ୍ଡିରେ ଗଣ୍ଡା ଗଣ୍ଡା ପୁଲିସ ଅଫିସର, କର୍ମଚାରୀ ଥିଲେ ମଧ୍ୟ ୧୫ ଦିନ ମଧ୍ୟରେ ତିନିଟି ମୁଣ୍ଡ ଗଡ଼ାଇ ସାରିଲେଣି ଅପରାଧୀ ଗୋଷ୍ଠୀ। ଏବେ ପୁଣି ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ଏଯାଏ ମିଳିପାରିନାହିଁ। ରାଣୀପାଟଣା ଅଞ୍ଚଳର ଏକ ଡ୍ରେନ୍‌ରୁ ତାଙ୍କର ପୁଙ୍ଗୁଳା‌ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ପଠାଇଛି।

ମଙ୍ଗଳବାର ସକାଳେ ସହଦେବଖୁଣ୍ଟା ଥାନା ୨୮ ନମ୍ବର ୱାର୍ଡର ରାଣୀପାଟଣା ଆଦର୍ଶ କଲୋନିରେ ରହୁଥିବା ନବ କୁମାର ମହାଳିକଙ୍କ ଘର ପରିସରରୁ ଉତ୍କଟ ଦୁର୍ଗନ୍ଧ ଆସୁଥିବା ନେଇ ପାଖ ପଡ଼ୋଶୀ ଲୋକେ ସୂଚନା ଦେଇଥିଲେ। ଶ୍ରୀ ମହାଳିକ ନିଜେ ଛାତ ଉପରକୁ ଯାଇ ଘର ଚାରିପଟେ ଦେଖିବା ବେଳକୁ ପଛପଟ ପାଚେରି କଡ଼ ଡ୍ରେନ୍‌ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ ହାତ, ପିଠି, କାନ୍ଧ, ମୁହଁ ଆଦି ସ୍ଥାନରେ ହଣା ଦାଗ ସହିତ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଶରୀରଟି ସମ୍ପୂର୍ଣ୍ଣ ଉଲଗ୍ନ ରହିଥିବା ବେଳେ ତାହା ବିଗଳିତ ହୋଇ ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ସେଠାରେ ରୁଣ୍ଡ ହୋଇଥିଲେ। ପରିଚୟ ଜଣାପଡ଼ିନଥିବା ଏହି ବ୍ୟକ୍ତିଜଣକ ତାଙ୍କ ପାଚେରି କଡ଼କୁ କେମିତି ଆସିଲେ, ସେ ସଂପର୍କରେ ଶ୍ରୀ ମହାଳିକ ଓ ତାଙ୍କ ପରିବାର କିଛି ଜାଣିନଥିବା ପ୍ରକାଶ କରିଛନ୍ତି। ସହଦେବଖୁଣ୍ଟା ଥାନା ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହ ମୃତଦେହକୁ ସେଠାରୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାଥାଉକି, ଗଲା ୧୫ ଦିନ ମଧ୍ୟରେ ବାଲେଶ୍ବର ସହରରେ ତିନିଟି ହତ୍ୟାକାଣ୍ଡ ଘଟି ସାରିଲାଣି। ମେ’ ୩୦ ତାରିଖରେ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡରୁ ଜଣେ କେରଳୀ ଯୁବକଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେବା ପରେ ଟାଉନ ଥାନା ଅଞ୍ଚଳରେ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ୬୦ ହଜାର ଟଙ୍କା ଲୁଟିନେଇଥିଲେ। ସମ୍ପୃକ୍ତ ଅଣଓଡ଼ିଆ ଯୁବକଙ୍କୁ ଯଦିଓ ଟାଉନ ଥାନା ପୁଲିସ ଉଦ୍ଧାର କରି ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥି‌ଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତ ୩ ତାରିଖରେ ସହର ଉପକଣ୍ଠ ଚାନ୍ଦିପୁର ରାସ୍ତାରେ ସୁନହଟ୍‌ ଅଞ୍ଚଳର ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଦୁଇଟି ଘଟଣାରେ କେବଳ ଚାନ୍ଦିପୁର ରାସ୍ତାରେ ଘଟିଥିବା ହତ୍ୟାକାଣ୍ଡର ଅପରାଧୀଙ୍କୁ ପୁଲିସ ଗିରଫ କରିଥିବା ବେଳେ କେରଳୀ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣରେ ସମ୍ପୃକ୍ତ ଅପରାଧୀ ଗୋଷ୍ଠୀଙ୍କର ଏଯାଏ ଟେର ପାଇନାହିଁ। ଏବେ ରାଣୀପାଟଣା ଅଞ୍ଚଳରେ ଆଉ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ମିଳିବା ପୁଲିସର ନିଷ୍କ୍ରିୟତା ଉପରେ ଆଙ୍ଗୁଳି ଉଠାଇଛି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe