ମୁଖ୍ୟମନ୍ତ୍ରୀଙ୍କ ଠାରୁ ନ୍ୟାୟ ପାଇପାରିଲିନି, ସେଥିପାଇଁ ବିଜେଡି ଛାଡ଼ି ବିଜେପିରେ ମିଶିଲି: ସଂଯୁକ୍ତା ମହଲା

ମୁଖ୍ୟମନ୍ତ୍ରୀଙ୍କ ଠାରୁ ନ୍ୟାୟ ପାଇପାରିଲିନି, ସେଥିପାଇଁ ବିଜେଡି ଛାଡ଼ି ବିଜେପିରେ ମିଶିଲି: ସଂଯୁକ୍ତା ମହଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ନ୍ୟାୟ ଦେଇପାରିଲେ ନାହିଁ। ସେଥିଲାଗି ବିଜେଡି ଛାଡ଼ିଛି। ସାଧାରଣ ନିର୍ବାଚନ-୨୦୨୪ରେ ଗଂଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ପ୍ରଚାର କରିବି। ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଲା ପରେ ସଂଯୁକ୍ତା ମହଲା ଶନିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହା କହିଛନ୍ତି।

ଶ୍ରୀମତୀ ମହଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପୋଲସରାରେ ଶ୍ରୀକାନ୍ତଙ୍କ ଭୋଟ କାଟିବି। ତାଙ୍କ ବିରୋଧରେ ପ୍ରଚାର କରିବି। ଘରକୁ ଘର ବୁଲି ମା’-ଭଉଣୀଙ୍କୁ ସଚେତନ କରିବି। ଚୋରି, ହତ୍ୟା ଓ ଦୁଷ୍କର୍ମ ଭଳି ମାମଲା ଲାଗିଥିବା ବେଳେ ଶ୍ରୀକାନ୍ତଙ୍କୁ ବିଜେଡି ସୁପ୍ରିମୋ ଟିକେଟ ଦେଇଛନ୍ତି। କିନ୍ତୁ ମତେ ନ୍ୟାୟ ମିଳିଲା ନାହିଁ। ତେଣୁ ବିଜେପିରେ ସାମିଲ ହେଲି।

ଧୃତରାଷ୍ଟ୍ର ପରି ମୁଖ୍ୟମନ୍ତ୍ରୀ କିଛି ଦେଖିପରୁନାହାନ୍ତି ବୋଲି ଶ୍ରୀମତୀ ମହଲା ଅଭିଯୋଗ କରିଛନ୍ତି। ଶ୍ରୀକାନ୍ତଙ୍କ ନିର୍ଯାତନାରେ ଅନେକ ମହିଳା କାନ୍ଦୁଛନ୍ତି। ସେହି ମହିଳାଙ୍କୁ ଆଗକୁ କାଢ଼ିବା। ଶ୍ରୀକାନ୍ତ ପୁଣି ଶାସନକୁ ଆସିଲେ ମହିଳା ସୁରକ୍ଷିତ ରହିବେନି। ସ୍ୱାଭିମାନୀ ନେତା ବିଜେଡିରେ ରହି ଅଣ ନିଶ୍ୱାସୀ ହୋଇପଡ଼ିଛନ୍ତି। ବିଜେପିରେ ନାରୀଙ୍କ ପାଇଁ ପ୍ରଚାର କରିବି। ମତେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବା ବଦଳରେ ତାଙ୍କୁ କୋଳରେ ବସାଇଲେ। ଟିକେଟ ଦେଇକି ବିଧାନସଭାରେ ବସାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି। ମୋର ବିଶ୍ବାସ ଶ୍ରୀକାନ୍ତ ହାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe