ନବଜାତକକୁ ଛାଡ଼ି ଆରପାରିରେ ମା: ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ

Advertisment
ନବଜାତକକୁ ଛାଡ଼ି ଆରପାରିରେ ମା: ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ

Telegraph India

ସମ୍ବଲପୁର: ମାଁ ଛେଉଣ୍ଡ ହୋଇଗଲେ ଅଢେଇ ବର୍ଷର ଝିଅ ଓ ୨ ଦିନର ପୁଅ। ଅସ୍ତ୍ରୋପଚାର କରାଇ ଶିଶୁପୁତ୍ରକୁ ଜନ୍ମ ଦେବାର ଦୁଇଦିନ ପରେ ମା’ର ମୃତ୍ୟୁ ଘଟିଛି। ଡାକ୍ତରଙ୍କ ଅବହେଳା ପାଇଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବାର ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଠେଲକୋପଡ଼ା ନିବାସୀ ବଳଭଦ୍ର ବିସର (୨୭) ୨୦୧୮ ମସିହାରେ ତାଳଭଟାପଡ଼ାର ଦିଲେଶ୍ୱରୀଙ୍କୁ ବିବାହ କରିଥିଲେ। ଗତ ୫ ତାରିଖ ତାଙ୍କ ସ୍ତ୍ରୀକୁ ଆଣି ସରକାରୀ ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ସେହିଦିନ ଅସ୍ତ୍ରୋପଚାର ପରେ ଶିଶୁପୁତ୍ରଟିଏ ତାଙ୍କ ପତ୍ନୀ ଜନ୍ମ ଦେଇଥିଲେ।

୬ ତାରିଖ ସକାଳ ୮ ଟା ପର୍ଯ୍ୟନ୍ତ ଦିଲେଶ୍ବରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିଲା । ଦିନ ୧୧ ଟାରେ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବକରି ଛଟପଟ ହୋଇଥିଲେ ଦିଲେଶ୍ବରୀ। ପେଟ ଫୁଲି ଯାଇଥିବା ତାଙ୍କ ସ୍ୱାମୀ କହିଛନ୍ତି । ତାଙ୍କ ଗୁପ୍ତାଙ୍ଗରୁ ପ୍ରଚୁର ରକ୍ତସ୍ରାବ ମଧ୍ୟ ହେଉଥିଲା । ବାରମ୍ବାର ଯାଇ ନର୍ସମାନଙ୍କୁ ଡାକିବା ସତ୍ତ୍ୱେ କେହି ଆସିନଥିଲେ। ୪/୫ ଥର ଡାକିବା ପରେ ଜଣେ ନର୍ସ ଆସି ହାତରେ ଏକ ଇଂଜେକସନ ଦେବାପରେ ଦରଜ ଟିକେ କମିଯାଇଥିଲା। କିନ୍ତୁ, ତାହାର ଘଣ୍ଟାଏ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ ଲାଗିଲା। ପୁଣି ଯାଇ ଡାକ୍ତରଙ୍କୁ ଡାକିବାପରେ ୩ ଜଣ ଡାକ୍ତର ଆସି ଦେଖିଥିଲେ।

ଏକ ଦାମୀ ଇଂଜେକସନ ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଇଂଜେକସନ ଆଣିବା ପରେ କିନ୍ତୁ ଡାକ୍ତରମାନେ ବୁର୍ଲା ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ଆମ୍ବୁଲାନ୍ସ ଡକାଇ ବୁର୍ଲାକୁ ପଠାଇ ଦେଇଥିଲେ। କିନ୍ତୁ, ବୁର୍ଲା ପହଞ୍ଚିବା ମାତ୍ରେ ଦିଲେଶ୍ବରୀଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ଅବହେଳା ଏବଂ ଅସ୍ତ୍ରୋପଚାରରେ କୌଣସି ତ୍ରୁଟି ଯୋଗୁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ବଳଭଦ୍ର ଅଭିଯୋଗ କରିଛନ୍ତି। ଆଜି ଶବ ବ୍ୟବଚ୍ଛେଦ ପରେ ରାଜଘାଟରେ ଦାହସଂସ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe