ଦର୍ଶନ ହେଲା ଶେଷଦର୍ଶନ ! ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଟଳିପଡ଼ିଲେ

Advertisment
ଦର୍ଶନ ହେଲା ଶେଷଦର୍ଶନ ! ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଟଳିପଡ଼ିଲେ

ପୁରୀ/କାକଟପୁର: ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଦର୍ଶନ କରି ବେଢ଼ା ମଧ୍ୟରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଟଳିପଡ଼ିଛନ୍ତି। ତାଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହା ହୃଦ୍‌ଘାତଜନିତ ମୃତ୍ୟୁ ବୋଲି ଡାକ୍ତର ମତ ଦେବାପରେ ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରାଇ ଜିମାରେ ନେଇଯାଇଥିବା ଜଣାପଡ଼ିଛି।

ମୃତ ଶିକ୍ଷକ ହେଲେ, କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ(୮୨)। ଶ୍ରୀ ଖୁଣ୍ଟିଆ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ତାଙ୍କ ନାତି ପ୍ରଦୀପ୍ତ କୁମାର ଦାସଙ୍କ ସହ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିଲେ। ସେମାନେ ଜନ୍ମବେଦିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିବାପରେ ବେଢ଼ାକୁ ଆସି ବସିଥିବା ବେଳେ ହଠାତ୍‌ ସେ ଟଳିପଡ଼ିଥିଲେ। ତାଙ୍କୁ ପ୍ରଦୀପ୍ତ ତୁରନ୍ତ ଅନ୍ୟମାନଙ୍କ ସହାୟତାରେ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ସୂଚନାଯୋଗ୍ୟ ଯେ ସ୍ବର୍ଗତ ଖୁଣ୍ଟିଆ ଓଡ଼ିଶାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ସରକାରୀ ଚାକିରିରୁ ଅବସର ଗ୍ରହଣ କରିବାପରେ ସ୍ଥାନୀୟ କଂଗ୍ରେସ ସଂଗଠନରେ ନିଜକୁ ନିୟୋଜିତ କରିଥିଲେ। ଏହା ସହିତ ସେ କାକଟପୁରସ୍ଥିତ ଓମ୍ ଶାନ୍ତି ଆଶ୍ରମ ସହିତ ସମ୍ପୃକ୍ତ ଥିଲେ। ସ୍ବର୍ଗତ ଖୁଣ୍ଟିଆଙ୍କ ପରଲୋକ ଖବର ପ୍ରଚାର ହେବା ପରେ କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe