ନକଲି ଔଷଧ କାରବାର: ଏସ୍‌ଟିଏଫ୍‌ର ଚଢ଼ଉ ପରେ ସଭିଏଁ ଚୁପ୍‌

Advertisment
ନକଲି ଔଷଧ କାରବାର: ଏସ୍‌ଟିଏଫ୍‌ର ଚଢ଼ଉ ପରେ ସଭିଏଁ ଚୁପ୍‌

HealthyWomen

ବରଗଡ଼: ଗତ ଜାନୁଆରି ମାସରେ ନକଲି ଔଷଧ କାରବାର ମାମଲାରେ ଏସ୍‌ଟିଏଫ୍‌ ବରଗଡ଼ ସହରରେ ଚଢ଼ଉ କରିଥିଲା। ପରେ ଏହି ଘଟଣାରେ ସ୍ଥାନୀୟ ଅଶୋକ ମେଡିକାଲ୍‌ ମାଲିକ ସୁନୀଲ ଅଗ୍ରୱାଲ୍‌ଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ଚଢ଼ଉ କରିଥିଲା। ବରଗଡ଼ ସହରରେ ବି କିଛି ଦିନ ତଳେ ଚଢ଼ଉ ହୋଇଥିଲା। ଅଶୋକ ମେଡିକାଲ୍‌ରେ ଚଢ଼ଉ ପରେ କିଛି ଆପତ୍ତିଜନକ ଔଷଧ ଜବତ ହୋଇଥିଲା। ସେଗୁଡ଼ିକୁ ଯାଂଚ ପାଇଁ ଫରେନ୍ସିକ୍‌ ଲାବ୍‌କୁ ପଠାଯାଇଥିଲା।

ପରୀକ୍ଷା ପରେ ଔଷଧ ନକଲି ବୋଲି ଜଣାପଡ଼ିଥିଲା। ଜଣେ ବେପାରୀ ଏହି ମାମଲାରେ ଗିରଫ ହେବା ପରେ ଏଣିକି ତନାଘନା ସଂପୂର୍ଣ୍ଣ ଠପ୍‌ ରହିଛି। ବରଗଡ଼ ଜିଲ୍ଲାରେ ଔଷଧ ହୋଲ୍‌ସେଲର୍‌ ଯାହାକୁ ଯେତେ। ବଲାଂଗୀର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାକୁ ବି ବରଗଡ଼ରୁ ଔଷଧ ପହଂଚି ଥାଏ। ସମ୍ଭବତଃ, ନକଲି ଔଷଧ କାରବାର ଚେର ପଶ୍ଚିମ ଓଡ଼ିଶାକୁ ମାଡ଼ି ଯାଇଥିବା ଆଶଂକା କରାଯାଉଛି। କିନ୍ତୁ ଏସ୍‌ଟିଏଫ୍‌ ହିଁ ଯାହା ପ‌ଦକ୍ଷେପ ନେଉଛି। ସ୍ଥାନୀୟ ଡ୍ରଗ୍‌ ଇନ୍‌ସପେକ୍ଟର ସଂପୂର୍ଣ୍ଣ ନିରବ ରହୁଥିବାରୁ ଏହି କାରବାରର ମୂଳକୁ କେହି ପହଂଚି ପାରୁନାହାନ୍ତି। ଦୁଇଦିନ ତଳେ ବରଗଡ଼କୁ ନକଲି ଔଷଧ ପଠାଇବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଉତ୍ତରପ୍ରଦେଶ ଟାସ୍କଫୋର୍ସ ଗିରଫ କରିଛି। ଅର୍ଥାତ୍‌ ବାହାର ରାଜ୍ୟକୁ ଏହାର ଲିଙ୍କ ରହିଥିବା ଜଣାପଡ଼ିଛି।

କିନ୍ତୁ ସ୍ଥାନୀୟ ଡ୍ରଗ୍‌ ଇନ୍‌ସପେକ୍ଟରଙ୍କ ନି‌ଷ୍କ୍ରିୟତା ଏହି କାରବାରକୁ ପରୋକ୍ଷରେ ପ୍ରୋତ୍ସାହନ ଦେବା ଭଳି ହୋଇଛି। କେବଳ ବରଗଡ଼ ସହରରେ ୨୦ରୁ ଅଧିକ ବଡ଼ ଏବଂ ୩୦ ପାଖାପାଖି ମଧ୍ୟମ ଧରଣର ଔଷଧ ହୋଲ୍‌ସେଲର୍‌ ରହିଛନ୍ତି। ଦୈନିକ କୋଟି କୋଟି ଟଙ୍କାର ଔଷଧ କାରବାର ହେଉଛି। ବାହାର ଜିଲ୍ଲାକୁ ପଠାଯାଉଛି। କିନ୍ତୁ ଏହାର ତନାଘନା ପାଇଁ ଡ୍ରଗ୍‌ ଇନ୍‌ସପେକ୍ଟର ଅଫିସ୍‌ରୁ ପାଦ କାଢ଼ୁ ନାହାନ୍ତି। ବିଗତ ଦିନରେ ବି ଔଷଧ କାରବାରକୁ ନେଇ ବରଗଡ଼ ସହରରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏସ୍‌ଟିଏଫ୍‌ ଚଢ଼ଉ କରି ଜଣକୁ ଗିରଫ କରିଥିଲେ ହେଁ ଡ୍ରଗ୍ ଇନ୍‌ସପେକ୍ଟର ଘଟଣା ସମୟରେ କିମ୍ବା ପରେ ପଦୁଟିଏ କିଛି କହିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe