ଘରମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ପରିବାର ବିଷ ପିଇଲେ: ଭାଇ-ଭଉଣୀ ମୃତ, ମା’ ଗୁରୁତର

Advertisment
ଘରମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ପରିବାର ବିଷ ପିଇଲେ: ଭାଇ-ଭଉଣୀ ମୃତ, ମା’ ଗୁରୁତର

ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭାଇ, ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘର ମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ହୋଇ ପରିବାରର ସଦସ୍ୟ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।

ସୋହେଲା ମାଷ୍ଟରପଡ଼ାର ଅର୍ଜୁନ ସାହୁ ସୋହେଲାରେ ଏକ କଂସାବାସନ ଦୋକାନ ଦେଇ ନିଜ ପରିବାର ପୋଷଣ କରୁଥିଲେ। ପତ୍ନୀ କୁମୁଦିନୀ (୫୦), ପୁଅ ବଂଶୀଧର (୨୫) ଓ ଝିଅ ସୁବର୍ଣ୍ଣା (୨୩)ଙ୍କୁ ନେଇ ତାଙ୍କ ଛୋଟିଆ ସଂସାର। ଅର୍ଜୁନ ତାଙ୍କ ଏକମାତ୍ର ଝିଅ ସୁବର୍ଣ୍ଣାଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବାହା ଦେଇଥିଲେ। କୌଣସି କାରଣରୁ ଝିଅ ସୁବର୍ଣ୍ଣା ଶ୍ୱଶୁର ଘର ଛାଡ଼ି ଆସି ସୋହେଲାରେ ତାଙ୍କ ବାପାଙ୍କ ଘରେ ନିଜ ୨ବର୍ଷର ଛୋଟ ଝିଅ ସହିତ ରହି ଆସୁଥିଲେ। ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଭବିଷ୍ୟତ କଥା ଚିନ୍ତା କରି ପରିବାର ଲୋକେ ମାନସିକ ଚାପରେ ଥିଲେ।

ପୂର୍ବରୁ ସପରିବାର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ। ଶନିବାର ସପରିବାର ଆତ୍ମହତ୍ୟା କରିବା ଯୋଜନା ଖବର ପାଇ ପଡ଼ାର କିଛି ଲୋକ ତାଙ୍କୁ ରାତିରେ ଜଗି ରହିଥିଲେ। କିନ୍ତୁ ରବିବାର ସକାଳେ ଘର କବାଟ ବନ୍ଦ ଥିଲା। ଘରୁ କୀଟନାଶକର ଦୁର୍ଗନ୍ଧ ବାହାରୁଥିବା ଜାଣି ତୁରନ୍ତ ପଡ଼ାବାସୀ, ସୋହେଲାର କିଛି ସ୍ୱେଚ୍ଛାସେବୀ ଓ ପୁଲିସ ମିଶି କବାଟ ଭାଙ୍ଗି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋହେଲା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଗଲା। ଦୁଇ ଭାଇ ଓ ଭଉଣୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମାଙ୍କ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe