ମହାବାତ୍ୟା ପରଠୁ ଗିଳୁଛି ସମୁଦ୍ର! ଦୁଇ ଦଶନ୍ଧି ମଧ୍ୟରେ ବଦଳିଗଲାଣି ୩ ଗାଁର ଭୂଗୋଳ

Advertisment

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କୀର୍ତ୍ତନିଆ ଗାଁର ଭୂଗୋଳ ଧୀରେଧୀରେ ବଦଳିଯାଉଛି। ଏହି ଗାଁକୁ ଲାଗିଥିବା ଚନ୍ଦ୍ରାବାଲି ଓ ନାରାୟଣ ମହାନ୍ତି ପଡ଼ିଆ ଗାଁର ମଧ୍ୟ ସମାନ ଅବସ୍ଥା।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କୀର୍ତ୍ତନିଆ ଗାଁର ଭୂଗୋଳ ଧୀରେଧୀରେ ବଦଳିଯାଉଛି। ଏହି ଗାଁକୁ ଲାଗିଥିବା ଚନ୍ଦ୍ରାବାଲି ଓ ନାରାୟଣ ମହାନ୍ତି ପଡ଼ିଆ ଗାଁର ମଧ୍ୟ ସମାନ ଅବସ୍ଥା।

ଓଡ଼ିଶା ଉପରୁ ଟଳୁଛି ଝଡ଼ବର୍ଷା ଭୟ: ଆଜି ଲଘୁଚାପ, ୨୪ରେ ଅବପାତ

ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କୀର୍ତ୍ତନିଆ ଗାଁର ଭୂଗୋଳ ଧୀରେଧୀରେ ବଦଳିଯାଉଛି। ଏହି ଗାଁକୁ ଲାଗିଥିବା ଚନ୍ଦ୍ରାବାଲି ଓ ନାରାୟଣ ମହାନ୍ତି ପଡ଼ିଆ ଗାଁର ମଧ୍ୟ ସମାନ ଅବସ୍ଥା।  କାହିଁ କେଉଁ କାଳରୁ ହଜାରହଜାର ମତ୍ସ୍ୟଜୀବୀଙ୍କ ପେଟପାଟଣାର ମାଧ୍ୟମ ପାଲଟିଥିବା କୀର୍ତ୍ତନିଆ ମାଛଧରା କେନ୍ଦ୍ର ଏବେ ତା’ର ପରିଚୟ ହଜାଇବାକୁ ବସିଛି। ବଙ୍ଗୋପସାଗର କୂଳ ଲଂଘୁଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। 

ଦୁଇ ଦଶନ୍ଧି ମଧ୍ୟରେ ବଦଳିଗଲାଣି ୩ ଗାଁର ଭୂଗୋଳ
ଏବେ ସମାନ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା
ଅଚଳ ହୋଇଯାଇଛି କୀର୍ତ୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ର

ଚନ୍ଦ୍ରାବାଲି ଗ୍ରାମର ବାଳଗୋବିନ୍ଦ ପାତ୍ରଙ୍କ କହିବାନୁସାରେ, ଏକଦା କୀର୍ତ୍ତନିଆ, ଚନ୍ଦ୍ରାବାଲି ଓ ଏନ୍‌ଏମ୍‌ ପଡ଼ିଆ ଗାଁଠାରୁ ଦେଢ଼ କିମି ଦୂରରେ ସମୁଦ୍ର ଥିଲା। ହେଲେ, ୧୯୯୯ ମହାବାତ୍ୟା ସମୟରେ ସମୁଦ୍ରର ଉତ୍ତାଳ ତରଙ୍ଗ ଏହି ୩ ଗାଁ ଭିତରକୁ ମାଡ଼ିଆସିଲା। ତା’ପରଠାରୁ କ୍ରମାଗତ ଭାବେ ସମୁଦ୍ର ମାଡ଼ି ଆସୁଥିବା ସେ କହିଛନ୍ତି। ଏହାର ପ୍ରଭାବରେ କୀର୍ତ୍ତନିଆ ଓ ଏହାର ଆଖପାଖ ଗାଁ ଲୀନ ହେବାକୁ ବସିଛି। ଏନ୍‌ଏମ୍‌ ପଡ଼ିଆ ଗାଁର ନୀଳକଣ୍ଠ ଦାସ, ପଞ୍ଚାନନ ପାଳ, କାର୍ତ୍ତିକ ଚନ୍ଦ୍ର ରାଉଳଙ୍କ ସମେତ ୧୦ଟି ପରିବାରର ଘର ସମୁଦ୍ର ଆଁ ମଧ୍ୟରେ ରହିଛି।
କେବଳ ସେତିକି ନୁହେଁ, ସମୁଦ୍ର କୂଳ ଖାଉଥିବାରୁ  କୀର୍ତ୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ର ବି ତା’ର ପରିଚୟ ହଜାଇଦେଇଛି। ୨୦୦୩ ମସିହାରେ ତତ୍କାଳୀନ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଏହା ଉଦ୍‌ଘାଟିତ ହୋଇଥିଲା। ଭୋଗରାଇ ସମେତ ସମଗ୍ର ଜିଲ୍ଲାର ୨୫୦ ଜଣ ଡଙ୍ଗା ମାଲିକ ଓ ୨ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ଏହି କେନ୍ଦ୍ର ଉପରେ ନିର୍ଭର କରୁଥିଲେ।

ମତ୍ସ୍ୟଜୀବୀମାନଙ୍କ ପାଇଁ ଉପରୋକ୍ତ ୩ ଗାଁ କୋଳାହଳରେ ଫାଟି ପଡୁଥିଲା। ହେଲେ, ପ୍ରଥମେ ଏହି ଜେଟି ନିକଟରେ ସମୁଦ୍ର କୂଳ ଖାଇଲା। ଆଉ ଏବେ ଏହି ଜେଟି ସମ୍ମୁଖରେ ଦେଢ଼କିମି ଅଞ୍ଚଳକୁ ନେଇ ଏକ ବିରାଟ ବାଲୁକା ସ୍ତୁପ ସୃଷ୍ଟି ହୋଇଛି। ଫଳରେ, ଜେଟିରେ ଡଙ୍ଗା ଲାଗିପାରୁନି।  ଏଠାକାର ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀ ଏବେ ତାଳସାରି, ଦୀଘା, ଶଙ୍କରପୁର, ବାହାବଳପୁର ଆଦି ସ୍ଥାନକୁ ଚାଲିଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe