ଧର୍ମଶାଳା: ଝଡ଼ବର୍ଷା ପରେ ଜାରକା ଓ ଏହାର ଆଖପାଖ ରାସ୍ତାରେ ପାଣି ଲହଡ଼ି ମାରୁଛି। ଡ୍ରେନ୍ ହୋଇନଥିବାରୁ କଲେଜ୍ ଓ ପଣ୍ତୁଆ ନିକଟ କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି। ୨ ଦିନ ହେଲା ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଅଦିନିଆ ବର୍ଷାରେ ଏମିତି ଅବସ୍ଥା ହେଉଥିବାବେଳେ ବର୍ଷାଦିନେ ପରିସ୍ଥିତି ଅଣାୟତ୍ତ ହେବାନେଇ ଆଶଙ୍କା ପ୍ରକାଶ ପାଇଛି। ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା କରାନଗଲେ ବର୍ଷାଋତୁରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ମତପ୍ରକାଶ ପାଇଛି।
ପ୍ରକାଶ ଯେ ପଶ୍ଚିମାଝଡ଼ ପ୍ରଭାବରେ ୨ଦିନ ହେଲା ଜାରକାରେ ପ୍ରବଳ ବର୍ଷା ହୋଇଛି। ନିଷ୍କାସନ ବ୍ୟବସ୍ଥା ନଥିବାରୁ ତଳିଆ ରାସ୍ତାରେ ଆଣ୍ଠୁଏ ବର୍ଷାପାଣି ପ୍ରବାହିତ ହେଉଛି। ୧୦ବର୍ଷ ପୂର୍ବେ ବଜାର ପଛପଟ ଡ୍ରେନ୍ ନିର୍ମାଣ ହୋଇଥିଲା। ରାସ୍ତା ପାଣି ଏଥିରେ ନିଷ୍କାସିତ ହୋଇ ପାରିନଥିଲା। ସେହିପରି ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ପାଣି ନିଷ୍କାସନ ପାଇଁ ଠିକ୍ ବ୍ୟବସ୍ଥା ହୋଇନଥିବାରୁ ସଂଯୋଗ ରାସ୍ତାରେ ପାଣି ଜମିରହୁଛି। ବର୍ଷାଋତୁ ପୂର୍ବରୁ ତୁରନ୍ତ ଡ୍ରେନ୍ ନିର୍ମାଣ କରିବାକୁ ଦାବି ହୋଇଛି।
Follow Us