ପ୍ରଥମ ପତ୍ନୀଙ୍କୁ ନିର୍ଯାତନା ନେଇ ମହିଳା ଥାନାରେ ଏତଲା

Advertisment
ପ୍ରଥମ ପତ୍ନୀଙ୍କୁ ନିର୍ଯାତନା ନେଇ ମହିଳା ଥାନାରେ ଏତଲା

India TV News

ଜୟପୁର: ପ୍ରଥମ ପତ୍ନୀ ଥିଲେ ହେଁ ଆଉ ଜଣକୁ ବିବାହ କରିବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ପିଡ଼ୀତା ଜଣକ ଜୟପୁର ମହିଳା ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁଯାୟୀ, କୋଟପାଡ ଥାନା ଅର୍ନ୍ତଗତ ଡଙ୍ଗରୀ ଗାଁର ରାଧାମଣି ପୁଜାରୀ  ଗତ ସେହି ଗାଁର ଶିବ ସମରଥଙ୍କୁ ୨୦୧୮ମସିହାରେ ବାହା ହୋଇଥିଲେ। ତେବେ ଗତ ବର୍ଷକ ହେବ ତାଙ୍କ ଶ୍ବଶୁର, ନଣନ୍ଦ ନିର୍ଯାତନା ଦେବା ସହ ‌୩୦ହଜାର ‌‌ଯୌତୁକ ଆଣିବାକୁ ଦାବି କରିଥିଲେ। ଗତ ବର୍ଷକ ହେବ ସ୍ବାମୀ ଶିବ ବାସନ୍ତିୀ ନାମ୍ନୀ ମହିଳାଙ୍କୁ ବାହା ହେବା ସହ ତାଙ୍କୁ ଘରୁ ତଡ଼ି ଦେଇଥିଲେ।  ଏନେଇ ରାଧାମଣି ପୁଜାରୀ ଜୟପୁର ମହିଳା ଥାନାର ଦ୍ବାରସ୍ଥ ହୋଇ ଚାରି ଜଣଙ୍କ ବିରୋଧରେ ଅଭିଯୋଗ କରିଥିବା ନେଇ ଥାନା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି। ଏ  ନେଇ ୪୯୮ (କ)  ଯୌତୁକ ନିବାରଣ ଆଇନରେ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ବିକାଶ ନାୟକ ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe