ନୂଆପଡ଼ାରେ ପୁଣି ୫୬ ଆକ୍ରାନ୍ତ; ଖରିଆର ରୋଡ୍‌ରେ ସର୍ବାଧିକ ୧୭

Advertisment

ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ରାତ୍ରି କର୍ଫ୍ୟୁ ଅନୁଧ୍ୟାନ କଲେ ଜିଲ୍ଲାପାଳ

ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ରାତ୍ରି କର୍ଫ୍ୟୁ ଅନୁଧ୍ୟାନ କଲେ ଜିଲ୍ଲାପାଳ

ନୂଆପଡ଼ାରେ ପୁଣି ୫୬ ଆକ୍ରାନ୍ତ; ଖରିଆର ରୋଡ୍‌ରେ ସର୍ବାଧିକ ୧୭

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ବୁଧବାର ପୁଣି ୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡ଼ା ସୀମାନ୍ତ ଖରିଆର ରୋଡ୍‌ରେ ସର୍ବାଧିକ ୧୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କୋମନା ବ୍ଲକ୍‌ରେ ୧୧ଜଣ, ଖଡ଼ିଆଳ ବ୍ଲକ୍‌ରେ ୧୨ଜଣ ସିନାପାଲି ବ୍ଲକ୍‌ରେ ୨ଜଣ, ବୋଡ଼େନ ବ୍ଲକ୍‌ରେ ୬ଜଣ, ନୂଆପଡ଼ା ଡାକ୍ତରଖାନାରେ ୬ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୯୦୧ରେ ପହଞ୍ଚିଛି। ଜିଲ୍ଲାରେ ୪୬୫ ଜଣ ସଙ୍ଗରୋଧରେ ଅଛନ୍ତି।

ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ରାତ୍ରି କର୍ଫ୍ୟୁ ଅନୁଧ୍ୟାନ କଲେ ଜିଲ୍ଲାପାଳ
ନୂଆପଡ଼ା : ଜିଲ୍ଲାପାଳ ସ୍ବାଧାଦେବ ସିଂ ଖରିଆର ରୋଡ୍‌ ସୀମାରେ ମଙ୍ଗଳବାର ରାତିରେ ପହଞ୍ଚି ରାତ୍ରିକାଳୀନ କର୍ଫ୍ୟକୁ ଅନୁଧ୍ୟାନ କରିଛନ୍ତି। ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ ପ୍ରାୟ ଅଧାଘଣ୍ଟା ରହି ଅନୁଧ୍ୟାନ କରିଥିଲେ। ନିୟମାବଳୀ ମାନୁନଥିବା ବ୍ୟକ୍ତି, ଅନୁଷ୍ଠାନ କିମ୍ବା ଦୋକାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ସେହିପରି ଖରିଆର ରୋଡ୍‌ରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୨ଟି ଦୋକାନକୁ ସିଲ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe