ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଗୋପାଳର ଡାକ୍ତରୀ ପରୀକ୍ଷା ପାଇଁ ପୁଣି ଆବେଦନ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଗୋପାଳର ଡାକ୍ତରୀ ପରୀକ୍ଷା ପାଇଁ ପୁଣି ଆବେଦନ

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ଡାକ୍ତରୀ ପରୀକ୍ଷା ପାଇଁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ ଅଦାଲତରେ ଆବେଦନ କରିଛି କ୍ରାଇମ୍‌ବ୍ରାଞ୍ଚ। ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣିଥରେ ଏହି ଆବେଦନ କରାଯାଇଥିବା ଜଣାପଡ଼ିଛି।

ପୂର୍ବରୁ ଗତ ୨୦ ତାରିଖ ଜେଏମ୍‌ଏଫ୍‌ସି ଅଦାଲତରେ କ୍ରାଇମବ୍ରାଞ୍ଚ ଏଥିନେଇ ପ୍ରାର୍ଥନା କରିଥିଲା। ମାତ୍ର, ଜେଏମ୍‌ଏଫ୍‌ସି ଅଦାଲତ ଆବେଦନକୁ ଖାରଜ କରିଥିଲେ। ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ ଏହି ରିଭିଜନ୍‌ର ଶୁଣାଣି ୨୭ରେ କରିବାକୁ ଦିନଧାର୍ଯ୍ୟ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe