ପୁଣି ଶିଶୁଙ୍କୁ ଚେଙ୍କ

Advertisment
ପୁଣି ଶିଶୁଙ୍କୁ ଚେଙ୍କ

କୋମନା: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଥୋରିଆଛନ୍ଦା ଗ୍ରାମରେ ୨୦ରୁ ଅଧିକ ଶିଶୁଙ୍କୁ ଚେଙ୍କ ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି। ନୂଆପଡ଼ା ଜିଲ୍ଲା କୋମନା ସଦର ବ୍ଲକ ଅନ୍ତର୍ଗତ କରାମହୁଲ ଗାଁରେ ଚେଙ୍କ ଦିଆଯାଇଛି। ଗାଁର ପିଲାଙ୍କୁ ଭବିଷ୍ୟତରେ କୌଣସି ରୋଗ ନହେବା ବିଶ୍ୱାସ ରଖି ୬ରୁ ୧୦ ବର୍ଷ ବୟସ ମଧ୍ୟର ଶିଶୁ ଏଭଳି ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜାଣିବା ପରେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଦିବାକର ଝଟାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଏପରି ଚିକିତ୍ସା ନକରିବାକୁ ଲୋକମାନଙ୍କ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe