ପୁଣି ଗୋଷ୍ଠୀ ସଂଘର୍ଷ ରାସ୍ତାରେ ବୁଲିଲା ଖଣ୍ଡା

Advertisment
ପୁଣି ଗୋଷ୍ଠୀ ସଂଘର୍ଷ ରାସ୍ତାରେ ବୁଲିଲା ଖଣ୍ଡା

ବରଗଡ଼: ସୋମବାର ବିଳମ୍ବିତ ରାତିରେ ଟାଉନ ଥାନାର ଅନତି ଦୂରରେ ଅର୍କେଷ୍ଟ୍ରା ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏପରିକି ମାମଲାର ସମାଧାନ ପାଇଁ ପହଂଚିଥିବା ପୁଲିସ୍‌ ଗାଡ଼ି ଉପରକୁ ବି ‌େ‌ଢଲାମାଡ଼ ହୋଇଥିଲା। କିଛି ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ମଂଗଳବାର ସଂଧ୍ୟାରେ ଉଭୟ ଗୋଷ୍ଠୀକୁ ନେଇ ଟାଉନ ଥାନାରେ ଶାନ୍ତି କମିଟି ବୈଠକ ବସିଥିଲା। କିନ୍ତୁ ଏଥିରୁ କିଛି ଫଳାଫଳ ବାହାରି ନଥିଲା। ବୁଧବାର ଉଭୟ ଗୋଷ୍ଠୀ ମଧ୍ୟରେ ପୁଣି ସଂଘର୍ଷ ଘଟିଛି। ସଂଧ୍ୟା ୬ଟାରୁ ପାଖାପାଖି ଅଧଘଣ୍ଟା ଧରି ହାଟପଦା ରାସ୍ତାରେ ଆତଙ୍କ କଲା ଭଳି ପରିବେଶ ସୃଷ୍ଟି ହୋଇଥିଲା। ବିଚ୍ ରାସ୍ତାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିଚ୍‌ ରାସ୍ତାରେ ଖଣ୍ଡା ବି ବୁଲିଥିଲା।

ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଂଚିବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ଘଟଣାସ୍ଥଳରୁ ପୁଲିସ୍‌ ଖଣ୍ଡା ବି ଜବତ କରିଛି। ଗୋଟିଏ ଗୋଷ୍ଠୀର ପିଲା ହାଟପଦା ଛକ ପାଖରେ ଥିବାବେଳେ ଅନ୍ୟ ଗୋଷ୍ଠୀର ସମର୍ଥକ ଆସି ପୁରୁଣା କଥାକୁ ନେଇ ଟାହିଟାପରା କରିଥିଲେ। ଏହାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ତେବେ ହାଟପଦା ରାସ୍ତାରେ ସଂଧ୍ୟାରେ ଭିଡ଼ ଥିଲେ ହେଁ ଏହି ଗୋଷ୍ଠୀ ସଂଘର୍ଷ ଯୋଗୁଁ ଆତଙ୍କର ବାତାବରଣ ଲାଗି ରହିଥିଲା। ଏହି ଘଟଣା ପରେ ଏସ୍‌ପି ସ୍ମିତ୍‌ ପରମାର ପୁରୁ​ଷୋତ୍ତମ ଦାସ ଟାଉନ ଥାନାରେ ପହଂଚି ସ୍ଥିତିର ସମୀକ୍ଷା କରିଥିଲେ। ପରେ ବିଧାୟକ ଦେବେଶ ଆଚାର୍ଯ୍ୟ, କଂଗ୍ରେସର ଯୁବନେତା ନିପନ ଦାଶ, ଓକିଲ ସଂଘର ସଦସ୍ୟଗଣ ଏବଂ ସହରର ବୁଦ୍ଧିଜୀବୀ ଏସ୍‌ପିଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe