କେନ୍ଦୁଝରରେ ପୁଣି ଶୀତ ଲହରି

Advertisment
କେନ୍ଦୁଝରରେ ପୁଣି ଶୀତ ଲହରି

Utkal Today

କେନ୍ଦୁଝର: କିଛିଦିନର ବ୍ୟବଧାନ ପରେ ଆଜି ପୁଣି କେନ୍ଦୁଝରରେ ଶୀତ ବଢ଼ିଛି। ତାପମାତ୍ରା ହ୍ରାସ ପାଇ ୯.୬ ଡିଗ୍ରି ସେଲସିୟସରେ ପହଞ୍ଚିଛି। ଡିସେମ୍ବର ୫ ତାରିଖରେ କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟି ଏବଂ ଗୁମୁରା ଅଞ୍ଚଳରେ ତୁଷାରପାତ ହୋଇଥିଲା। ଏହା ପରେ ଶୀତର ପ୍ରକୋପ କମି ଯାଇଥିଲା। ଏବେ ଦୁଇତିନି ଦିନ ହେବ ଜିଲ୍ଲାରେ ବର୍ଷା ହୋଇ ଛାଡ଼ିଯିବା ପରେ ପୁଣି ଶୀତ ବଢ଼ିଛି।

କେନ୍ଦୁଝରଠାରେ ଥିବା କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୯ ତାରିଖରେ କେନ୍ଦୁଝରର ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରି ସେଲସିୟସ ଥିଲା, ୩୦ ତାରିଖରେ ତାପମାତ୍ରା ହ୍ରାସ ପାଇ ୧୪.୨ ଡିଗ୍ରିରେ ପହଞ୍ଚିଥିଲା। ଡିସେମ୍ବର ୩୧ରେ ୧୩.୮ ଡିଗ୍ରି, ୧ ତାରିଖରେ ୧୩.୦ ଡିଗ୍ରି ଏବଂ ଆଜି ତାପମାତ୍ରା ୯.୬ ଡିଗ୍ରି ସେଲସିୟସକୁ ଖସି ଆସିଛି। ରାତିରେ ତାପମାତ୍ରା ଆହୁରି କମିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe