ଟ୍ରାକ୍‌ରେ ପୁଣି ଫାଟ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ହୀରାଖଣ୍ଡ

ଟ୍ରାକ୍‌ରେ ପୁଣି ଫାଟ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ହୀରାଖଣ୍ଡ

ରାୟଗଡା: କେଆର ଲାଇନ ରେଳ ଧାରଣାରେ ଫାଟ। ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲା ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡା ଜିଲ୍ଲା ସିଙ୍ଗାପୁର ଷ୍ଟେସନର ଦୁଇ ନଂବର ଟ୍ରାକରେ ଫାଟ ଥିବା ସୂଚନା ପରେ ଟ୍ରେନ୍ ଅଟକାଇଥିଲେ ସ୍ନିଗନାଲ୍ ମ୍ୟାନ୍। ସିଗ୍ନନାଲ୍ ମ୍ୟାନଙ୍କ ଉପସ୍ଥିତି ବୁଦ୍ଧି ଟ୍ରେନ୍ ଦୁର୍ଘଟଣାକୁ ରୋକିଥିବା ବେଳେ ଟ୍ରାକ୍ ମରାମତି ପରେ ଦେଢ଼ ଘଣ୍ଟା ବିଳମ୍ବରେ ଯାତ୍ରା କରିଛି ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍। ଆଜି ଭୋର ପ୍ରାୟ ସାଢ଼େ ୫ଟାରେ ହୀରାଖଣ୍ଡ ଏକ୍ସପ୍ରେସ୍ ରାୟଗଡାରୁ ଜଗଦଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ‌େଷ୍ଟସନ ଛାଡ଼ିବାର ୧୫ ମିନିଟ୍ ପରେ ହୀରାଖଣ୍ଡ ଏକ୍ସପ୍ରେସ ସିଙ୍ଗାପୁର ଷ୍ଟେସନରେ ପହଞ୍ଚିଥିଲା। ଦୁଇ ନଂବର ଟ୍ରାକ୍ ଦେଇ ଟ୍ରେନ୍ ଷ୍ଟେସନ୍ ଭିତରକୁ ପ୍ରବେଶ କରୁଥିବା ସମୟରେ ରେଳ ଧାରଣାରେ ଫାଟ ଥିବା ଯୋଗୁ ଜୋର୍ ଶବ୍ଦ ହୋଇଥିଲା। କିଛି ଲୋକ ଓ ଗ୍ୟାଙ୍ଗ ମ୍ୟାନ୍ ଏ ସଂପର୍କରେ ସିଗ୍ନନାଲ୍ ଇଂଜିନିୟରଙ୍କୁ ଖବର ଦେଇଥିଲେ। ଏହାପରେ ତୁରନ୍ତ ଟ୍ରେନ୍ ଅଟକାଇବା ପାଇଁ ସିଗ୍ନନାଲ୍ ଦେଇଥିଲେ ଇଂଜିନିୟର୍। କିନ୍ତୁ ଟ୍ରେନ୍ ବେଗ ଅଧିକ ଥିବା ଯୋଗୁ ଫାଟ ଥିବା ଟ୍ରାକ୍ ଦେଇ ଟ୍ରେନ୍ ଇଂଜିନ୍ ଗଡ଼ି ଯାଇଥିଲା। କିଛି ବଗି ମଧ୍ୟ ଫଟା ଟ୍ରାକ୍ ଦେଇ ଗଡି ଯାଇଥିବା ବେଳେ ଅଧିକାଂଶ ବଗି କିନ୍ତୁ ସୁରକ୍ଷିତ ଟ୍ରାକରେ ରହିଥିଲା। ଖବର ପାଇ ରେଳ ବିଭାଗ ଅଧିକାରୀ, ଇଂଜିନିୟର୍ ପହଞ୍ଚି ଟ୍ରାକ୍ ମରାମତି ଆରମ୍ଭ କରିଥିଲେ। ଅତ୍ୟଧିକ ଶୀତ ଯୋଗୁ ଟ୍ରାକ୍ ଫାଟିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଟ୍ରାକ୍ ମରାମତିର ଦେଢ଼ ଘଣ୍ଟା ପରେ ହୀରାଖଣ୍ଡ କୋରାପୁଟ ଅଭିମୁଖେ ଯାତ୍ରା କରିଥିଲା। ଖବର ପ୍ରଚାରିତ ହେବା ପରେ ଟ୍ରେନ୍ ଭିତରେ ଥିବା ଶହ ଶହ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ପୂର୍ବରୁ ମଧ୍ୟ ହୀରାଖଣ୍ଡ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଟ୍ରାକରୁ ଖସି ପଡିବାର ନଜିର ରହିଛି। ୨୦୧୭ ଜାନୁଆରି ୨୧ ତାରିଖ ରାତିରେ ହୀରାଖଣ୍ଡ ଏକ୍ସପ୍ରେସ୍ ୬ ଶହ ପାସେଞ୍ଜରକୁ ନେଇ ଜଗଦଲପୁରରୁ ଭୁବନେଶ୍ବର ଯାଉଥିବା ସମୟରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତର କୁନେରୁ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ଥିବା ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍ ଇଂଜିନ୍ ସମେତ ୯ଟି କୋଚ୍ ଓଲଟି ପଡିବାରୁ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୮ ଯାତ୍ରୀ ଆହତ ହୋଇଥିଲେ। ଏଥି ସହିତ ଅକ୍ଟୋବର ମାସରେ ଟନେଲ୍ ଭିତରେ ପଥର ଖସି ପଡିବାରୁ ହୀରାଖଣ୍ଡ ଏକ୍ସପ୍ରେସ ଏକ ଘଣ୍ଟା ଟନେଲ୍ ଭିତରେ ଫଶି ରହିଥିଲା। କେଉଟଗୁଡାରୁ ଟିକିର ମଧ୍ୟରେ ବାରମ୍ବାର ରେଳ ଧାରଣାରେ ଫାଟ, ମାଟି ଅତଡା ଖସିବା ଏବଂ ଟନେଲରେ ପଥର ଖସିବା ଯୋଗୁ ଟ୍ରେନ୍ ଦୁର୍ଘଟଣା ହୋଇଛି। କେଉଟଗୁଡାରୁ ଟିକିର ମଧ୍ୟରେ ୯ଟି ଟନେଲ୍ ରହିଥିବା ବେଳେ ସେଥିମଧ୍ୟରୁ ୨ଟି ଟନେଲ୍ ବିପଦପୂର୍ଣ୍ଣ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe