ସମ୍ବଲପୁରରେ ଆଉ ଜଣେ ସାଇବର୍‌ ଠକେଇର ଶିକାର

Advertisment

ଓଏଲ୍‌ଏକ୍ସରେ ଘର ଭଡ଼ା ପାଇଁ ଆଡ୍‌ ଦେଇ ଫସିଲେ

ଓଏଲ୍‌ଏକ୍ସରେ ଘର ଭଡ଼ା ପାଇଁ ଆଡ୍‌ ଦେଇ ଫସିଲେ

ସମ୍ବଲପୁରରେ ଆଉ ଜଣେ ସାଇବର୍‌ ଠକେଇର ଶିକାର

ସମ୍ବଲପୁର: ସମ୍ବଲପୁର ସହରରେ ଆଉ ଜଣେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଅଇଁଠାପାଲି ଅଞ୍ଚଳର ବ୍ୟକ୍ତି ଜଣକ ତାଙ୍କ ଘର ଭଡ଼ା ଲଗାଇବା ପାଇଁ ଓଏଲ୍‌ଏକ୍ସରେ ଆଡ୍‌ ଦେଇଥିଲେ। ଏହା ଦେଖି ତାଙ୍କୁ ସାଇବର୍‌ ଠକ ଜଣକ ନିଜକୁ ଆର୍ମି ଅଫିସର୍‌ ବୋଲି ପରିଚୟ ଦେଇ କଲ୍‌ କରିଥିଲା। ଘର ଭଡ଼ା ନେବାକୁ କହିଥିଲା।

ଆର୍ମି ଅଫିସର୍‌ ବୋଲି ସେ ଭରସା କରି ତାଙ୍କୁ ଘରଭଡ଼ା ଦେବାକୁ ସ୍ଥିର କରିଥିଲେ। ୧୨,୫୦୦ ଟଙ୍କା ଘର ଭଡ଼ା ବି ସ୍ଥିର ହେଲା। ତାପରେ ଠକ ଜଣକ ତାଙ୍କୁ ଫୋନ୍‌ ପେ’ରେ ୧ ଟଙ୍କା ପଠାଇବାକୁ କହିଥିଲା। ଠକ କଥାରେ ପଡ଼ି ସେ ଟଙ୍କା ବି ପଠାଇଦେଲେ। ତାପରେ ଠକ ଜଣକ ତାଙ୍କ ଆକାଉଣ୍ଟରୁ ଟଙ୍କା କାଟିବା ଆରମ୍ଭ କରିଥିଲା। ବୁଧବାର ଓ ଗୁରୁବାର ଏକାଧିକ ଟ୍ରାନ୍‌ଜେକସନ୍‌ ମାଧ୍ୟମରେ ସାଇବର୍‌ ଠକ ଜଣକ ତାଙ୍କ ଆକାଉଣ୍ଟରୁ ୯୭ ହଜାର ଟଙ୍କା କାଟି ନେଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଇଁଠାପାଲି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe