ସମ୍ବଲପୁରର ଆଉ ଜଣେ ସାଇବର୍‌ ଠକେଇର ଶିକାର

Advertisment

ଚାର୍ଜର ଫେରାଇବା ହେଲା କାଳ, ଆକାଉଣ୍ଟରୁ କଟଗଲା ୫୮ ହଜାର

ଚାର୍ଜର ଫେରାଇବା ହେଲା କାଳ, ଆକାଉଣ୍ଟରୁ କଟଗଲା ୫୮ ହଜାର

ସମ୍ବଲପୁରର ଆଉ ଜଣେ ସାଇବର୍‌ ଠକେଇର ଶିକାର

Daily Excelsior

ସମ୍ବଲପୁର: ସମ୍ବଲପୁର ସହରରେ ସାଇବର ଠକେଇ କମିବାର ନାଁ ନେଉନାହିଁ। ସମ୍ବଲପୁର ଅଇଁଠାପାଲି ଥାନା ଅମୃତ ବିହାରର ଏସ୍‌ କୁମାର ସାହୁ(୫୧) ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ତାଙ୍କର ୨ଟି ଆକାଉଣ୍ଟରୁ ମୋଟ ୫୮ ହଜାର ଟଙ୍କା କଟିଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ମଙ୍ଗଳବାର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

କେମିତି ହୋଇଥିଲା ଠକେଇ

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ କୁମାର ସାହୁ କିଚି ଦିନ ପୂର୍ବେ ଅନ୍‌ଲାଇନ୍‌ରେ ଏକ ମୋବାଇଲ୍‌ ଚାର୍ଜର୍‌ ମଗାଇଥିଲେ। ତେବେ ଉକ୍ତ ଚାର୍ଜରଟିକୁ କୌଣସି କାରଣରୁ ଫେରାଇବା ପାଇଁ ଚାହିଁବାରୁ ସେ ଅନ୍‌ଲାଇନ୍‌ରେ ନମ୍ବର ସର୍ଚ୍ଚ କରିଥିଲେ। ତାପରେ ଏକ ନମ୍ବରରୁ ତାଙ୍କ ପାଖକୁ କଲ୍‌ ଆସିଥିଲା। ସାଇବର୍‌ ଠକ୍‌ ଜଣକ ତାଙ୍କୁ ଉକ୍ତ କମ୍ପାନିର କଷ୍ଟମର୍‌କେୟାର ବୋଲି ପରିଚୟ ଦେବା ସହି ଗୋଟିଏ ଆପ୍‌ ଡାଉନ୍‌ଲୋଡ୍‌ କଲେ ଚାର୍ଜର୍‌ ଫେରାଇ ପାରିବେ ବୋଲି କହିଥିଲା। ଠକ କଥାକୁ ବିଶ୍ବାସ କରି ଶ୍ରୀ ସାହୁ ତାଙ୍କ ମୋବାଇଲ୍‌ରେ ଏନିଡେସ୍କ ଆପ୍‌ ଇନ୍‌ଷ୍ଟଲ୍‌ କରିଥିଲେ। ତାପରେ ସାଇବର୍‌ ଠକକୁ ସେଠାରେ ସଂଯୋଗ ପାଇଁ ଦର୍ଶାଇଥିବା ନମ୍ବରକୁ କହିଥିଲେ। ଉକ୍ତ ନମ୍ବର ସେୟାର୍‌ କରିବା ପରେ ଶ୍ରୀ ସାହୁଙ୍କ ମୋବାଇଲ୍‌ଟିକୁ ସାଇବର୍‌ ଠକ ଜଣକ ନିଜେ ଅପରେଟ୍‌ କରିବା ଆରମ୍ଭ କରିଦେଇଥିଲା।

ଶ୍ରୀ ସାହୁଙ୍କ ଅଜାଣତରେ ଗୋଟିଏ ଦିନରେ ତାଙ୍କ ଆକାଉଣ୍ଟରୁ ୩ ଥର ଟଙ୍କା କାଟି ନେଇଥିଲା। ପ୍ରଥମେ କାନାରା ବ୍ୟାଙ୍କ୍‌ ଆକାଉଣ୍ଟରୁ ୨୦ ହଜାର ଟଙ୍କା କାଟିବା ପରେ ଦ୍ବିତୀୟ ଥର ମଧ୍ୟ ସମାନ ଆକାଉଣ୍ଟରୁ ୧୩,୪୦୦ ଟଙ୍କା କାଟି ନେଇଥିଲା। ତାପରେ ତାଙ୍କ ଆକ୍ସିସ୍‌ ବ୍ୟାଙ୍କ୍‌ ଆକାଉଣ୍ଟରୁ ୨୫ ହଜାର ଟଙ୍କା କାଟି ନେଇଥିଲା। ଏଭଳି ଭାବେ ସାଇବର୍‌ ଠକ ଜଣକ ତାଙ୍କର ୨ଟି ଆକାଉଣ୍ଟରୁ ମୋଟ ୫୮,୪୦୦ ଟଙ୍କା କାଟି ନେଇଥିଲା। ଟଙ୍କା କଟିବା ନେଇ ବ୍ୟାଙ୍କ ପକ୍ଷରୁ ମେସେଜ ଆସିବା ପରେ ଶ୍ରୀ ସାହୁ ଠକେଇର ଶିକାର ହୋଇଥିବା ସନ୍ଦେହ କରିଥିଲେ। ରବିବାର ଥିବାରୁ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିପାରି ନଥିଲେ। ସୋମବାର ବ୍ୟାଙ୍କ ଯାଇ ବୁଝିବା ପରେ ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିଥିଲେ। ଏହା ପରେ ଅଇଁଠାପାଲି ଥାନାରେ ମଙ୍ଗଳବାର ଦିନ ସେ ଠକେଇର ଶିକାର ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଅଇଁଠାପାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe