ସମ୍ବଲପୁରରେ ପୁଣି ସାଇବର୍‌ ଠକେଇ: ମୋବାଇଲ୍‌ ଲୋଭରେ ଯୁବକ ହରାଇଲେ ୨୬ ହଜାର

Advertisment
ସମ୍ବଲପୁରରେ ପୁଣି ସାଇବର୍‌ ଠକେଇ: ମୋବାଇଲ୍‌ ଲୋଭରେ ଯୁବକ ହରାଇଲେ ୨୬ ହଜାର

FBI

ସମ୍ବଲପୁର: ସମ୍ବଲପୁର ସହରରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ଅଇଁଠାପାଲି ଥାନା ବୁଢ଼ାରଜାର ଧବଳେଶ୍ବର ସାହୁ(୨୨) ସାଇବର୍‌ ଠକଙ୍କ ଜାଲରେ ପଡ଼ି ୨୬ ହଜାର ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି। ମୋବାଇଲ୍‌ ଲୋଭରେ ସେ ସାଇବର୍‌ ଠକଙ୍କ ଜାଲରେ ପଡ଼ିଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଶୁକ୍ରବାର ରାତି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କେମିତ ହୋଇଥିଲା ଠକେଇ

ଶସ୍ତାରେ ମୋବାଇଲ୍‌ କିଣିବା ଲୋଭରେ ଧବଳେଶ୍ବର ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଗତ ସୋମବାର ଧବଳେଶ୍ବର ତାଙ୍କ ମୋବାଇଲ୍‌ରେ କିଛି ଦେଖୁଥିଲେ। ଏତିକି ବେଳେ ତାଙ୍କ ଡିସ୍‌ପ୍ଲେରେ ଏକ ନୂତନ ମୋବାଇଲ୍‌ର ଚିତ୍ର ବାହାରି ଥିଲା। ଯାହାର ବଜାର ମୂଲ୍ୟ ବହୁତ ଅଧିକ(ପାଖାପାଖି ୫୦ ହଜାର ଟଙ୍କା) ରହିଥିବା ବେଳେ ତାଙ୍କ ଡିସ୍‌ପ୍ଲେରେ ଅଫର୍‌ ଦର୍ଶାଇ ମୂଲ୍ୟ ବହୁତ କମ ଦେଖାଇଥିଲା। ଶସ୍ତାରେ ମୋବାଇଲ୍‌ ଫୋନ୍‌ ଦେଖି ଉକ୍ତ ମୋବାଇଲ୍‌ ଫୋନ୍‌ର ଫଟୋକୁ ସେ ଲାଇକ୍‌ କରିଥିଲେ। ତାପରେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ଏକ କଲ୍‌ ଆସିଥିଲା।

ସାଇବର୍‌ ଠକ ଜଣକ ଉକ୍ତ ମୋବାଇଲ୍‌ ଫୋନ୍‌ ବିଷୟରେ କହିବା ସହ କୋରିଅର୍‌ରେ ତାହା ପଠାଇ ଦିଆଯାଇଛି ବୋଲି କହିଥିଲା। ମଙ୍ଗଳବାର ଦିନ ୧୧ଟା ସମୟରେ ତାଙ୍କୁ ଆଉ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା ଏବଂ ସାଇବର୍‌ ଠକ ନିଜକୁ କୋରିଅର୍‌ ସର୍ଭିସ୍‌ରୁ କହୁଛି ବୋଲି କହିଥିଲା। ଉକ୍ତ ମୋବାଇଲ୍‌ ଫୋନ୍‌ର ଜିଏସ୍‌ଟି ଓ ବୀମା ପାଇଁ ଟଙ୍କା ପୈଠ କରିବାକୁ ସାଇବର୍‌ ଠକ ଜଣକ କହିଥିଲା ଏବଂ ଏକ କ୍ୟୁଆର୍‌ କୋର୍ଡ ପଠାଇଥିଲା। ଠକ କଥାରେ ବିଶ୍ବାସ କରି ସେ କ୍ୟୁଆର୍‌ କୋର୍ଡ ସ୍କାନ୍‌ କରିଥିଲେ ଏବଂ ୪୯୯୮ ଟଙ୍କା ପଠାଇଥିଲେ।

ଏହାପରେ ପୁଣିଥରେ ଭିନ୍ନ ଜିଏସ୍‌ଟି ଓ ବୀମା ପାଇଁ ଆଉ ଏକ କ୍ୟୁଆର୍‌ କୋର୍ଟ ପଠାଇଥିଲା। ତାକୁ ସ୍କାନ କରି ସେ ୧୧୯୯ ଟଙ୍କା ପଠାଇଥିଲେ। ଉକ୍ତ ମୋବାଇଲ୍‌ ଫୋନ୍‌ ପାଇଁ ଏଭଳି ଭାବେ ଏକାଧିକ ଥର କ୍ୟୁଆର୍‌ କୋର୍ଡ ସ୍କାନ୍‌ କରି ଧବଳେଶ୍ବର ମୋଟ ୨୬,୪୯୨ ଟଙ୍କା ପଠାଇଥିଲେ। କିନ୍ତୁ ମୋବାଇଲ୍‌ ଫୋନ୍‌ଟି ଆଉ ଆସି ନଥିଲା। ତାପରେ ସେ ଉକ୍ତ ନମ୍ବରକୁ କଲ୍‌ କରିବାରୁ ତାହା ଲାଗି ନଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଶୁକ୍ରବାର ରାତି ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe