ଚୌଦ୍ୱାରରେ ପୁଣି ଏନ୍‌କାଉଣ୍ଟର, ଅପରାଧି ମୁନା ଦେହୁରୀ ଆହତ, ଏସ୍‌ସିବିରେ ଭର୍ତ୍ତି

Advertisment
କେନ୍ଦ୍ରାପଡାରେ ଡବଲ ଏନକାଉଣ୍ଟର : ଦୁଇ ଅଭିଯୁକ୍ତ ଆହତ, ମେଡିକାଲରେ ଭର୍ତ୍ତି

photo-jagran

କଟକ : ଚୌଦ୍ୱାରରେ ପୁଣି ଏନ୍‌କାଉଣ୍ଟର। ଚୌଦ୍ୱାର ପୁଲିସର ଏନ୍‌କାଉଣ୍ଟରରେ ଅପରାଧି ମୁନା ଦେହୁରୀ ଗୁରୁତର ଭାବେ ଆହତ ହୋଇଛି। ମୁନାର ଡାହାଣ ଗୋଡରେ ବାଜିଛି ଗୁଳି। ତାକୁ ଗୁରୁତର ଅବସ୍ଥାରେ ଏସ୍‌ସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ ନିକଟକରୁ ପୁଲିସ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି। ସେ ଗୁରୁଡିଝାଟିଆ ଲୁଟ୍‌ ଘଟଣାରେ ମଧ୍ୟ ସମ୍ପୃକ୍ତି ଥିଲା। ତା’ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ମଧ୍ୟ ରହିଛି।

ସୂଚନାଯୋଗ୍ୟ ଯେ ଗତକାଲି ଚୌଦ୍ୱାର ପୁଲିସର ଏନ୍‌କାଉଣ୍ଟରରେ ଜାତୀୟ ରାଜପଥରେ ଆତଙ୍କ ସୃଷ୍ଟିକାରୀ ପେସାଦାର ଅପରାଧୀ ଜିତୁ ଓରଫ ଅଜୟ ସାହୁ (୨୮) ଆହତ ହୋଇଥିଲା। ପୁଲିସ ତା’ ନିକଟରୁ ଗୋଟିଏ ୯ଏମ୍‌ଏମ୍‌ ଦେଶୀ ପିସ୍ତଲ, ଗୋଟିଏ ମାଗାଜିନ୍‌ ଓ ଗୁଳି, ଗୋଟିଏ କାଟ୍ରିଜ୍‌ ଏବ˚ ନମ୍ବର ବିହୀନ ଏକ ବାଇକ୍‌ ଜବତ କରିଥିଲା।

ଆଜି ପୁଣି ପୁଲିସର ଏନ୍‌କାଉଣ୍ଟର ଘଟଣା ସମ୍ପୃକ୍ତ ଅଞ୍ଚଳର ଅନ୍ୟ ଅପରାଧିଙ୍କ ମନରେ ଛନ୍‌କା ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe