ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା!

Advertisment
ଧାନତଳି ପୋଡ଼ିଗଲା, ବିଷପିଇ ଜୀବନ ହାରିଲେ ଚାଷୀ

ଧମା: ଚାଷ ଉଜୁଡ଼ିଯିବାରୁ ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ହେଲେ ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ କରଞ୍ଜୁଲା ଗ୍ରାମର ଦେବାର୍ଚ୍ଚନ ନାଗ (୪୫)। ସୋମବାର ଅପରାହ୍ନରେ ଦେବାର୍ଚ୍ଚନ ବିଷ ପିଇ ଦେଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ଏ ନେଇ ଧମା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ଦେବାର୍ଚ୍ଚନଙ୍କ ଆତ୍ମହତ୍ୟା ପଛରେ ପରିବାରିକ କଳହ ବୋଲି ପୁଲିସ୍ କହୁଥିବା‌ ବେଳେ ଫସଲ ଉଜୁଡ଼ିଯିବା କାରଣରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe