ପୁଣି ଚାଷୀ ଆତ୍ମହତ୍ୟା : ଜୀବନ ହାରିଲେ ଯୁବ ଚାଷୀ ବିଦ୍ୟାଧର

ଋଣ ପରିଶୋଧ ପାଇଁ ବାପା ଯାଇଛନ୍ତି ଦାଦନ

ପୁଣି ଚାଷୀ ଆତ୍ମହତ୍ୟା : ଜୀବନ ହାରିଲେ ଯୁବ ଚାଷୀ ବିଦ୍ୟାଧର

Photo by : newindianexpress.com

ବୁର୍ଲା : ପଶ୍ଚିମ ଓଡ଼ିଶାରେ ଏବେ ବି ଚାଷୀ ଆତ୍ମହତ୍ୟା ଅଭିଯୋଗ ଥମିବାର ନା ନେଉ ନାହିଁ। ରବିବାର ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର କୁକୁଡ଼ପାଲି ଗାଁର ଜନାର୍ଦ୍ଦନ କୁମୁରା(୪୫) ଫସଲ ନଷ୍ଟ ହେବାରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଉକ୍ତ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ସୁବର୍ଣ୍ଣପୁର ଜିଲ୍ଲାର ଆଉ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଛନ୍ତି। ଡୁଙ୍ଗୁରିପାଲି ବ୍ଲକ ତୁନିଆମୁଣ୍ଡା ଗାଁର ବିଦ୍ୟାଧର ନାଗ (୨୫) ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତାଙ୍କ କାକା ବିରବଲ ନାଗଙ୍କ କହିବା ଅନୁସାରେ ବିଦ୍ୟାଧର ନିଜର ଅଧ ଏକର୍‍ ଓ ଭାଗରେ ୨ ଏକର୍‍ ଏମିତି ମୋଟ ଅଢେଇ ଏକର୍‍ ଜମିରେ ଧାନ ଚାଷ କରିଥିଲେ। ସେଥିରୁ ପ୍ରାୟ ଦେଢ ଏକର୍‍ ଜମିରେ ଚକଡା ପୋକ ଲାଗି ଗତ ଥର ମାତ୍ର ୨୦ ପ୍ୟାକେଟ ଧାନ ହୋଇଥିଲା। ସେତକ ଚାଷ କରିବା ପାଇଁ ସେ ସ୍ଥାନୀୟ ଲୋକଙ୍କଠାରୁ ପ୍ରାୟ ୩୦ ହଜାର ହାତ କରଜ କରିଥିଲେ। ଏଥର ପୁଣି ଜମିରେ ପହ୍ଲା ପକାଇଛନ୍ତି। ମାତ୍ର ପୂର୍ବରୁ ରହିଯାଇଥିବା ହାତ ଉଧାରି ଶୁଝିବା ନେଇ ସେ ଚାପଗ୍ରସ୍ତ ଥିଲେ। ଗତ ରବିବାର ସକାଳ ୮ଟାରେ ସେ କ୍ଷେତକୁ ଯାଇଥିଲେ। ସେଠାରେ କୀଟନାଶକ ପିଇ ଘରକୁ ଫେରିଥିଲେ।

ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ୍‍ ଅଣାଯାଇଥିଲା। ରାତି ପ୍ରାୟ ସାଢେ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ସୋମବାର ମେଡିକାଲ୍‍ ପୁଲିସ୍‍ ଫାଣ୍ଡିରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ କରାଯାଇ ମରଶରୀର ପରିବାରକୁ ହସ୍ତାନ୍ତର ହୋଇଥିଲା। ଗତ ଫସଲ ନଷ୍ଟ ମୃତ ଯୁବକଙ୍କ ବାପା ଦୁତ ନାଗ ତାମିଲନାଡୁ ଦାଦନ ଖଟିବାକୁ ଚାଲିଯାଇଥିବା ବେଳେ ଦୁଇ ବଡ ଭାଇ ଶ୍ୱଶୁର ଘରେ ରହୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe