ପୁଣି ବନ୍ଧୁକ ମୁନରେ ଲୁଟ୍‌

Advertisment
ପୁଣି ବନ୍ଧୁକ ମୁନରେ ଲୁଟ୍‌

ବ୍ରହ୍ମପୁର: ଜୁଲାଇ ୨ ତାରିଖରେ ଖଲ୍ଲିକୋଟ ହରିଡ଼ାମୁଳ ଠାରେ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଫାଙ୍କା ଗୁଳି ଫୁଟାଇ ଗୋରାପଲ୍ଲୀ ଟୋଲ୍‌ଗେଟ୍‌ କର୍ମଚାରୀଙ୍କଠୁ ୨୫ଲକ୍ଷ ଟଙ୍କା ଲୁଟ ଘଟଣାରେ ଅଭିଯୁକ୍ତଙ୍କୁ ଧରି ଗଞ୍ଜାମ ପୁଲିସ୍‌ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା। ସେପଟେ ପୁଣି ଖଲ୍ଲିକୋଟରେ ଏକ ଫାଇନାନ୍‌ସ କମ୍ପାନୀର କର୍ମଚାରୀଙ୍କଠୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ବାଇକ୍‌ ଛଡ଼ାଇ ନେଇଛନ୍ତି ଲୁଟେରା। ସୂଚନାନୁସାରେ, ଅପରାହ୍‌ଣ ପ୍ରାୟ ୧ଟା ସମୟରେ ତାଳପଡ଼ା ପଞ୍ଚାୟତ ଆମ୍ବଝର-ନୂଆପଲ୍ଲୀ ରାସ୍ତା ଦେଇ ବାଲୁଗାଁର ଭାରତ ଫାଇନାନ୍‌ସ କମ୍ପାନୀର କର୍ମଚାରୀ ବିଘ୍ନେଶ ନାୟକ ନିଜର ଆଦାୟ ଟଙ୍କା ନେଇ ନିଜର ବାଇକ୍‌ ଯୋଗେ ଫେରୁଥିଲେ। ଏହି ସମୟରେ ଅନ୍ୟ ଏକ ବାଇକ୍‌ରେ ତିନିଜଣ ଯୁବକ ତାଙ୍କୁ ପଛରୁ ଦ୍ରୁତଗତିରେ ଆସି ତାଙ୍କୁ ଅଟକାଇଥିଲେ। ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଠାରୁ ୧ଲକ୍ଷ ୨୦ହଜାର ଟଙ୍କା ଓ ପଲସର ବାଇକ୍‌ଟିକୁ ଛଡ଼ାଇ ନେଇଥିଲେ। ଏନେଇ ଶ୍ରୀ ନାୟକ ଖଲ୍ଲିକୋଟ ଥାନାକୁ ଫୋନ୍‌ଯୋଗେ ଜଣାଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ସୂଚନାଯୋଗ୍ୟ, ଆମ୍ବଝର-ନୂଆପଲ୍ଲୀ ରାସ୍ତାର ପୁସ୍ତପୁର ଠାରୁ ତାଳପଡ଼ା ରାସ୍ତା ନିଛାଟିଆ ଓ ଜଙ୍ଗଲ ଇଲାକା। ଏହି ରାସ୍ତାରେ ଗତ କିଛି ଦିନ ମଧ୍ୟରେ ଏକାଧିକ ଲୁଟ ଓ ଆକ୍ରମଣ ହୋଇଛି। ତଥାପି ପୁଲିସ୍‌ ପକ୍ଷରୁ ସେହି ରାସ୍ତାରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe