ଲୋୟର ସୁକତେଲ କାମ ପୁଣି ଆରମ୍ଭ

Advertisment

ପ୍ରଥମ ଦିନରେ ଜଣେ ବିସ୍ଥାପିତ ଘର ଛାଡ଼ିଲେ

ପ୍ରଥମ ଦିନରେ ଜଣେ ବିସ୍ଥାପିତ ଘର ଛାଡ଼ିଲେ

୧୧ ଜଳସେଚନ ପ୍ରକଳ୍ପରେ ୧୭ ହଜାରରୁ ଊର୍ଧ୍ବ ଜନଜାତି ବିସ୍ଥାପିତ

SSNR Projects

ବଲାଙ୍ଗୀର: ବହୁ ଦିନର ବାଦବିବାଦ ପରେ ପୁଣିଥରେ ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ ପ୍ରକଳ୍ପ କାମ ଆରମ୍ଭ ହୋଇଛି।

ଗୁରୁବାର ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରକଳ୍ପ କାମ ଚାଲିଛି ଓ ଠିକ ସମୟରେ ସରିବ ବୋଲି ସରକାରଙ୍କ ନିର୍ଦେଶ ଥିବା ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ବଲାଙ୍ଗୀରରେ ପ୍ରକଳ୍ପ କାମ ଆରମ୍ଭ ହୋଇନଥିବାରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମନ୍ତ୍ରୀଙ୍କ କଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଉ ଆଜି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଲୋୟର ସୁକତେଲ କାର୍ଯ୍ୟାଳୟର ଅଧିକାରୀମାନେ ପୁଲିସ ଫୋର୍ସ ସହ ଯାଇ ତରବରିଆ ଭାବେ କାମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ମାଟି ବନ୍ଧ କାମ ଆରମ୍ଭ କରାଯାଇଛି। ଟେ‌ଷ୍ଟେଡ୍‌ ମାଟି ଯେଉଁ ଗାଁରେ ରହିଛି ସେହି ଅଂଚଳରୁ ମାଟି ଉଠାଯାଇଛି। ମାଟି ଆଣି ଡୋଜର୍‌ ଲଗାଇ ଡ୍ୟାମ୍‌ କାମ ଆରମ୍ଭ କରାଯାଇଛି। ଏହାସହିତ ପରଧିଆପାଲିର କେତେ ଜଣଙ୍କୁ ପ୍ରଥମ ଦିନରେ ଥଇଥାନ ଓ କ୍ଷତିପୂରଣ ଟଙ୍କା ବଣ୍ଟନ କରାଯାଇଛି।

ଆଜି ଜଣେ ବିସ୍ଥାପିତଙ୍କ ସବୁ ପ୍ରକାର କ୍ଷତିପୂରଣ ଟଙ୍କା ଦିଆଯିବା ପରେ ସେ ଘର ଛାଡ଼ିଥିଲେ। ସେହିପରି ପର୍ଯ୍ୟାୟକ୍ରମେ ଟଙ୍କା ବଣ୍ଟନ କରିବାକୁ ଯୋଜନା ଚାଲିଛି। ଅନ୍ୟପଟେ କିନ୍ତୁ ବିସ୍ଥାପିତମାନେ ଯାହା ଦାବି ରଖିଥିଲେ ସେସବୁ ପୂରଣ ହୋଇନଥିବାରୁ କିଛି ବିସ୍ଥାପିତ ନାଖୁସ୍‌ ଅଛନ୍ତି। ମୁଖ୍ୟଯନ୍ତ୍ରୀ ଇଂ ନିରଞ୍ଜନ ରାଉତ ଗଣମାଧ୍ୟମକୁ କହିଛନ୍ତି, କାମ ଆଜିଠୁ ଆରମ୍ଭ ହୋଇଛି। ପ୍ରକଳ୍ପ କାମ ଆଗେଇ ଚାଲିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗକୁ ୪ ଆଇଏଏସ୍‌, ୬ ଓଆର୍‌ଏସ୍‌, ୪ ଆର୍‌ଆଇ, ୧୨ ଅମିନ ଲୋୟର ସୁକତେଲ କାର୍ଯ୍ୟାଳୟରେ ଯୋଗଦେବେ। କ୍ଷତିପୂରଣ ବଣ୍ଟନ ନେଇ ଯାହା ସମସ୍ୟା ବିସ୍ଥାପିତଙ୍କ ରହିଛି ତାହାର ସମାଧାନ ଓ କାମକୁ କେମିତି ତ୍ୱରାନ୍ୱିତ କରାଯିବ ସେ ନେଇ ବିଭିନ୍ନ ଦାୟିତ୍ୱରେ ସେମାନେ ରହିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe