ଭୁବନେଶ୍ୱର: ତାତିଲା ରାଜଧାନୀ। ପୁଣିଥରେ ୩୪ ଡିଗ୍ରି ଟପି ୩୪.୨ ଡିଗ୍ରିରେ ପହଞ୍ଚିଛି ଭୁବନେଶ୍ୱରର ତାପମାତ୍ରା। ଗତ ସପ୍ତାହ ହେଲା କୋହଲା ପାଗ ରହିଥିବାରୁ ତାତି ଟିକିଏ କମ୍ ଅନୁଭୂତ ହେଉଥିବା ବେଳେ ଏବେ ପୁଣିଥରେ ବୃଦ୍ଧି ପାଇଛି। ଏହାବ୍ୟତୀତ ୩ଟି ସହର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୬ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ୩୫.୫, ଅନୁଗୁଳରେ ୩୫.୧ ଡିଗ୍ରି ରେକର୍ଡ ହୋଇଛି। ପାରାଦ୍ୱୀପକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି। ଗତକାଲି ଅପେକ୍ଷା ଆଜି ସମସ୍ତ ସହରର ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ହେଲେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ। ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us