ସିଇଓ କନ୍‌କ୍ଲେଭ୍‌ ୨୦୨୪: ପୁନଶ୍ଚ ପୃଥିବୀ-ଆର୍ଥଡେ.ଓଆର୍‌ଜି ସହଯୋଗିତା

Advertisment

ପରିବେଶ ସୁରକ୍ଷା ସଚେତନତା ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି: କରୁଣା ସିଂହ

ପରିବେଶ ସୁରକ୍ଷା ସଚେତନତା ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି: କରୁଣା ସିଂହ

ସିଇଓ କନ୍‌କ୍ଲେଭ୍‌ ୨୦୨୪: ପୁନଶ୍ଚ ପୃଥିବୀ-ଆର୍ଥଡେ.ଓଆର୍‌ଜି ସହଯୋଗିତା

ଭୁବନେଶ୍ବର, ୧୪/୬: ପରିବେଶ ସୁରକ୍ଷା ସଂପର୍କରେ ଗଣମାଧ୍ୟମକୁ ସାଧାରଣରେ ଅଧିକ ସଚେତନତା ସୃଷ୍ଟି କରିବାକୁ ହେବ। କାରଣ ପୃଥିବୀ ଗୋଟିଏ। ଏହାର ‌ରାଜନୈତିକ ସୀମା ରହିଥାଇପାରେ କିନ୍ତୁ ପରିବେଶ ଦୃଷ୍ଟିରୁ ଏହା ଗୋଟିଏ। ପ୍ରଦୂଷଣ ବଢ଼ିଲେ ପୃଥିବୀ ହୁଏତ ରହିପାରେ କିନ୍ତୁ ମଣିଷ ତିଷ୍ଠି ରହିବ କି ନାହିଁ ତାହା ବଡ଼ ପ୍ରଶ୍ନ ବୋଲି ଏସିଆ ଆର୍ଥ‌ ଡେ ନେଟୱର୍କର ଆଞ୍ଚଳିକ ନିର୍ଦ୍ଦେଶକ କରୁଣା ସିଂହ ମତବ୍ୟକ୍ତ କରିଛନ୍ତି। ସମ୍ବାଦ ପକ୍ଷରୁ ଆୟୋଜିତ ସିଇଓ କନକ୍ଲେଭରେ ଉଦ୍‌ବୋଧନ ଦେଇ ଶ୍ରୀମତୀ ସିଂହ କହିଛନ୍ତି ଯେ ସାଧାରଣତଃ ମଣିଷ ବଞ୍ଚି ରହିବାକୁ ଚାହେ। ତେଣୁ ପରିବେଶ ପ୍ରଦୂଷଣକୁ କିଭଳି ରୋକାଯାଇ ପୃଥିବୀକୁ ଅଧିକ ସୁନ୍ଦର କରାଯାଇ ପାରିବ ତାହା ଉପରେ ତାଙ୍କ ସଂସ୍ଥା ଦୀର୍ଘବର୍ଷ ହେଲା କାର୍ଯ୍ୟ କରି ଆସୁଛି। ପରିବେଶ ସୁରକ୍ଷା କାର୍ଯ୍ୟ ରାତାରାତି ହୋଇପାରିବ ନାହିଁ। ଏଥିପାଇଁ ସମୟ ଲାଗିବ। ସେ ଦୃଷ୍ଟିରୁ ତାଙ୍କ ସଂସ୍ଥା ସମସ୍ତଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି। ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସଂସ୍ଥା ପୁରସ୍କୃତ କରୁଛି। ଗତକାଲି ପୁରୀ ଶ୍ରୀମନ୍ଦିର ଟ୍ରଷ୍ଟକୁ ମଧ୍ୟ ପୁରସ୍କୃତ କରାଯାଇଥିବା ସେ ସୂଚନା ଦେଇଥିଲେ। ସମ୍ବାଦ ସହିତ ସହଯୋଗିତା ସ୍ଥାପନ କରି ଆମେ ଅତ୍ୟନ୍ତ ଖୁସି ବୋଲି ଶ୍ରୀମତୀ ସିଂହ କହିଥିଲେ।

publive-image

ଏହି ଅବସରରେ ସମ୍ବାଦ ଓ କନକ ନ୍ୟୁଜ୍‌ର ସଂପାଦିକା ତନୟା ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାର ଚିନ୍ତାଧାରା ଯେତେବେଳେ ମନକୁ ଆସିଲା ସେତେବେ‌ଳେ ଆମେ କି ଉପାୟରେ ଏହା କରିବୁ ବୋଲି ଭାବିଲୁ। କିନ୍ତୁ ୨ ବର୍ଷ ପୂର୍ବେ ଚିନ୍ତା କଲୁ ଏକ ଗଣମାଧ୍ୟମ ସଂସ୍ଥା ଭାବେ ସବୁଠୁ ଭଲ ହେବ ଏ ସଂପର୍କରେ ନିରନ୍ତର ସଚେତନତା ସୃଷ୍ଟି କରିବା। ଏଥିପାଇଁ ଆମେ ସମ୍ବାଦରେ ପୁନଶ୍ଚ ପୃଥିବୀ ପୃଷ୍ଠା ଆରମ୍ଭ କରିଛୁ। ଏଥିସହିତ ପରିବେଶ ଉପରେ ନିରନ୍ତର ସଚେତନତା ଧର୍ମୀ ଲେଖାମାନ ପ୍ରକାଶ ପାଉଛି। ସମ୍ବାଦ ସମେତ କନକ ନ୍ୟୁଜ, ସମ୍ବାଦ ଡିଜିଟାଲ ଏବଂ ରେଡିଓ ଚକଲେଟ୍‌ ଆଦିରେ ଏଭଳି କାର୍ଯ୍ୟ କରାଯାଉଛି। ଯଦି କୌଣସି କର୍ପୋରେଟ୍ ସଂସ୍ଥା ଏଭଳି କାର୍ଯ୍ୟ କରିବାକୁ ଚାହୁଥାନ୍ତି ତା’ହେଲେ ସେମାନଙ୍କ ପାଇଁ ସମ୍ବାଦର ଦ୍ବାର ସର୍ବଦା ଉନ୍ମୁକ୍ତ ଅଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଶ୍ରୀମତୀ ପଟ୍ଟନାୟକ ଏବଂ ଶ୍ରୀମତୀ ସିଂହଙ୍କ ମଧ୍ୟରେ ଏହି ଅବସରରେ ସାର୍ଟିଫିକେଟ ବିନିମୟ ହୋଇଥିଲା। ଏହାଫଳରେ ସମ୍ବାଦ ଗ୍ରୁପ ସହିତ ଆର୍ଥ ଡେ ନେଟୱର୍କ ଯୋଡ଼ି ହୋଇ କାର୍ଯ୍ୟ କରିବାର ଅବସର ଆରମ୍ଭ ହୋଇଛି। ଶ୍ରୀମତୀ ସିଂହଙ୍କୁ ଏହି ଅବସରରେ ଶ୍ରମତୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe