ନୂଆପଡ଼ାରେ ପୁଣି ବାଘ ଆତଙ୍କ! ବାଛୁରିକୁ ମାରି ଖାଇଲା

ନୂଆପଡ଼ାରେ ପୁଣି ବାଘ ଆତଙ୍କ! ବାଛୁରିକୁ ମାରି ଖାଇଲା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ସୋମବାର ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକ୍ସନର କୁକୁଡ଼ାତାଲ  ଗାଁରେ ପୁଣି ବାଛୁରିକୁ ମାରି ଖାଇଛି ବାଘ। ମଙ୍ଗଳବାର ସକାଳେ ଗାଁର ଫଗୁନୀ କେଉଟ ନିଜ ଗୁହାଳରେ ବାଛୁରି ନଥିବା ଦେଖି ଆଖପାଖରେ ଖୋଜିଥିଲେ। ପରେ ବାଛୁରିଟି ଏକ ଚାଷ ଜମିରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ବାଘ ଆକ୍ରମଣ କରି ମାରି ଖାଇଥିବା ଜଣାପଡ଼ିବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ।

ଏବେ ବନ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚି ଭୟଭୀତ ନହେବା ଲାଗି ଗାଁଲୋକଙ୍କୁ ସଚେତନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe