ଡୁଡୁକା : ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣି କିଶୋର ଖରସେଲ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ବିନ୍ଧାପାଲି ଗାଁର ଜଣେ ବାଲି ବ୍ୟବସାୟୀ କୃଷ୍ଣଚନ୍ଦ୍ର ମେହେରଙ୍କଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ଧରାପଡ଼ିଛନ୍ତି।
ପ୍ରକାଶ ଯେ ବାଲି ବ୍ୟବସାୟୀ କୃଷ୍ଣଙ୍କ ଚୋରା ବାଲି ଗାଡ଼ି ଧରା ପଡ଼ିଥିବାରୁ ଗୁରୁବାର ଶ୍ରୀ ଖରସେଲ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାକୁ ନେଇ କୃଷ୍ଣ ଜିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଡିଏସ୍ପି ପୁଲସ୍ତି ଛତ୍ରିଆ, ଷ୍ଟାଫ ଝସକେତନ ବାରିକ, ଦୁର୍ବାଦଳ କ୍ଷେତି, ବୈରାଗୀ ସାହୁ, ରୋହିତ ରଣା ଚଢ଼ଉ କରି ମୁଖ୍ୟ କିରାଣି କିଶୋରଙ୍କୁ ଟଙ୍କା ସହ ଧରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଆଗଲପୁର ତହସିଲ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି।
Follow Us