ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ଧାମରାସ୍ଥିତ ଅବଦୁଲକଲାମ ଦ୍ବୀପର ୪ନ˚ ଲ˚ଚ ପ୍ୟାଡ଼ରୁ ଆଜି ରାତି ୮ଟାରେ ଅଗ୍ନି-୧ର ପରୀକ୍ଷଣ ହୋଇଛି। ପରମାଣୁ କ୍ଷମତା ସ˚ପନ୍ନ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିବାର କ୍ଷମତା ରହିଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳ ଦ୍ବାରା ନିର୍ମିତ ଅଗ୍ନି-୧ର ଲମ୍ବ-୪.୮ମିଟର, ମୋଟେଇ ୧.୩ ମିଟର ହୋଇଥିବା ବେଳେ ଏହାର ଓଜନ ୧୨୦୦କେଜି। ଏଥିରେ ୨ ଟନ ଓଜନର ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। କଠିନ ଇନ୍ଧନ ଆବଶ୍ୟକ କରୁଥିବା ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ୭୦୦ ରୁ ୧୨୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରହିଛି। ଏହାର ବେଗ ସେକେଣ୍ତ ପ୍ରତି ୨.୫ କିମି ରହିଛି। ଆଇଟିଆରର ନିର୍ଦେଶକ ବିକେ ଦାସ, ଅଗ୍ନି-୧ ଡ଼ାଇରେକ୍ଟର ଏବ˚ ୩ ଶହରୁ ଊର୍ଦ୍ଧ୍ବ ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହି ପରୀକ୍ଷଣ କରାଯାଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/10/agni1.jpg)