ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି

ଜନସ୍ୱାର୍ଥ ମାମଲା; ୨୭ଖେଳାଳି ପକ୍ଷଭୁକ୍ତ

ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି

କଟକ: ଓଡ଼ିଶା କ୍ରିକେଟର ବିଭିନ୍ନ ବୟସ ବର୍ଗରେ ଜାଲିଆତି ହେଉଥିବା ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଆବାହକ ଆଇନ୍‌ଜୀବୀ ସୁବ୍ରତ କୁମାର ନନ୍ଦଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି। ଏହି ମାମଲାରେ ୪୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ନଗର ଉନ୍ନୟନ ସଚିବ, କ୍ରୀଡ଼ା ଓ ଯୁବ ସେବା, ପୁଲିସ୍‌ ଡିଜି, ସିବିଆଇ, କଟକ, ଖୋର୍ଦ୍ଧା, ସୁନ୍ଦରଗଡ଼ ଜିଲ୍ଲାପାଳ, କଟକ, ଭୁବନେଶ୍ୱର ଓ ରାଉରକେଲା ମୁନିସ୍‌ପାଲ କମିସନରଙ୍କ ସମେତ ଓସିଏ, ବିସିସିଆଇ ଏବଂ ୨୭ଜଣ ଖେଳାଳିଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟକୁ ଅବମାନନା କରି ଓସିଏ ବାରମ୍ବାର ଖେଳାଳି ଚୟନ କରିଥିବା ପିଟିସନ୍‌ରେ କୁହାଯାଇଛି। ଘଟଣା ସମ୍ପର୍କରେ ଓସିଏ, ବିସିସିଆଇ, ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଏକାଧିକ ଥର ସ୍ମାରକପତ୍ର ଦିଆଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଗତବର୍ଷ ସଂଗଠନ ପକ୍ଷରୁ ଅଭିଯୋଗ ହେବା ପରେ ପ୍ରାୟ ୩୦ ଜଣ ଖେଳାଳି ବର୍ଷେ ପାଇଁ ବାସନ୍ଦ ହୋଇଥିଲେ। ଏହା ସତ୍ତ୍ୱେ ଚଳିତ ବର୍ଷ ବିନା କୌଣସି କାଗଜପତ୍ର ଯାଞ୍ଚରେ ପୁଣି ଥରେ ଜାଲିଆତି କରାଯାଇ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଇଛି। ତେଣୁ ଯେଉଁମାନେ ବୟସ ଜାଲିଆତି କରି ଖେଳିଛନ୍ତି ସେମାନଙ୍କ ପ୍ରୋତ୍ସାହନ ରାଶି ନଦେବାକୁ ପିଟିସନ୍‌ରେ ଦାବି ହୋଇଛି। ଏଡାଛଡ଼ା ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ କମିଟି ଗଠନ କରିବା, ସରକାରୀ ସଂସ୍ଥାରେ ଚାକିରି କରି ଓସିଏ ପକ୍ଷରୁ ଯେଉଁମାନେ ପ୍ରଶିକ୍ଷକ ହୋଇଛନ୍ତି ସେମାନଙ୍କ ଦ୍ୱୈତ ମନୋନୟନ ବ୍ୟବସ୍ଥାକୁ ରଦ୍ଦ କରି ପାଉଣା ନଦେବା, ଖେଳାଳିମାନଙ୍କ ସଂପୂର୍ଣ୍ଣ ବିବରଣୀ ଓସିଏ େଓ୍ଵବସାଇଟ୍‌ରେ ପ୍ରଦାନ କରିବା ପାଇଁ ଆଇନ୍‌ଜୀବୀ ଶ୍ରୀ ନନ୍ଦ ପିଟିସନ୍‌ରେ ପ୍ରାର୍ଥନା କରିଛନ୍ତି। ଏହି ମାମଲାକୁ ବରିଷ୍ଠ ଆଇନ୍‌ଜୀବୀ ଅଶୋକ କୁମାର ମହାପାତ୍ର, ଆଇନ୍‌ଜୀବୀ ସୂର୍ଯ୍ୟପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe