ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲା: ସତ୍ୟପାଠ ଦାଖଲ

Advertisment
ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲା: ସତ୍ୟପାଠ ଦାଖଲ

କଟକ: ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲାରେ ସୋମବାର ଆବେଦନକାରୀଙ୍କ ପକ୍ଷରୁ ୧୦ଜଣ ଖେଳାଳିଙ୍କ ବୟସ ସମ୍ପର୍କିତ ପ୍ରମାଣ ସହ ସତ୍ୟପାଠକୁ ହାଇକୋର୍ଟରେ ଦାଖଲ କରାଯାଇଛି। ଓସିଏ ପକ୍ଷରୁ ବିଭିନ୍ନ ସମୟରେ ପ୍ରକାଶିତ ବିଜ୍ଞପ୍ତି, ଖେଳାଳିମାନଙ୍କର ଦୁଇ ଦୁଇଟି ଜନ୍ମ ପ୍ରମାଣପତ୍ର ଓ ପ୍ୟାନ୍‌ କାର୍ଡର ବିବରଣୀ ହାଇକୋର୍ଟରେ ଦାଖଲ କରାଯାଇଛି। ଗତ ବର୍ଷ ଝାଡ଼ଖଣ୍ଡରେ ଖେଳ ସମୟରେ ଜାଲ କାଗଜପତ୍ର ଦେଇଥିବା ଖେଳାଳି ଏବଂ ସିବିଆଇ ତଦନ୍ତ ସମୟରେ ଯେଉଁ ଖେଳାଳିମାନେ ବୟସ ଜାଲଆତି କରିଛନ୍ତି ସେମାନଙ୍କୁ ଖେଳରୁ ବାଦ୍‌ ଦିଆଯିବା ସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଓଡ଼ିଶା କ୍ରିକେଟର ବିଭନ୍ନ ବୟସ ବର୍ଗରେ ଜାଲିଆତି କରାଯାଇ ବୟସାଧିକ ଖେଳାଳିଙ୍କୁ ଖେଳାଯାଉଥିବା ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଆଇନ୍‌ଜୀବୀ ସୁବ୍ରତ କୁମାର ନନ୍ଦ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ସେଥିରେ ୧୪ଜଣ ସରକାରୀ ଅଧିକାରୀଙ୍କ ସହ ୨୬ଜଣ ଖେଳାଳି ପକ୍ଷଭୂକ୍ତ ହୋଇଥିଲେ। ମାମଲାର ଶୁଣାଣି କରି ଗତ ୩ ତାରିଖରେ ପକ୍ଷଭୁକ୍ତ ଖେଳାଳିଙ୍କ ସମ୍ପର୍କରେ ପ୍ରମାଣ ସହ ସତ୍ୟପାଠ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାମଲାକୁ ବରିଷ୍ଠ ଆଇନ୍‌ଜୀବୀ ଅଶୋକ ମହାପାତ୍ର ଓ ଆଇନ୍‌ଜୀବୀ ସୂର୍ଯ୍ୟପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe